ପଞ୍ଜାବ ବନ୍ୟା ଉପରେ କୃଷିମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ବେଆଇନ ଖଣି ଖନନ ଯୋଗୁଁ......

କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ପଞ୍ଜାବ ବନ୍ୟା କ୍ଷୟକ୍ଷତି ସମ୍ପର୍କିତ ଏକ ବିସ୍ତୃତ ରିପୋର୍ଟ ଖୁବ୍‍ ଶୀଘ୍ର ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାଖଲ କରିବେ । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଚୌହାନ କହିଛନ୍ତି, ଯଦିଓ ପଞ୍ଜାବରେ ପରିସ୍ଥିତି ଅନେକ ଗମ୍ଭୀର ରହିଛି ତେବେ ଏହାକୁ ସ୍ୱଭାବିକ କରିବା ଦିଗରେ କେନ୍ଦ୍ର ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ।

ଗତକାଲି ଦିନିକିଆ ପଞ୍ଜାବ ଗସ୍ତ କରି ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ପରେ ଶ୍ରୀ ଚୌହାନ ସମ୍ପୃକ୍ତ ଅଞ୍ଚଳରେ ପୁନରୁଦ୍ଧାର ନିମନ୍ତେ କ୍ଷୁଦ୍ର, ମଧ୍ୟମ ତଥା ଦୀର୍ଘସୂତ୍ରୀ ଯୋଜନା କାର୍ଯ୍ୟକାରି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ବେଆଇନ୍‍ ଖଣି ଖନନ ଯୋଗୁଁ ସୁତଲେଜ୍‍, ବିଜ୍‍, ରବି ଓ ଘାଗାର୍‍ ନଦୀ ଗୁଡ଼ିକର ନିକଟବର୍ତ୍ତୀ ଅଞ୍ଚଳ ଦୁର୍ବଳ ହୋଇଯିବାରୁ ନିକଟସ୍ଥ ଗ୍ରାମ ଗୁଡ଼ିକରେ ପାଣି ପ୍ରବେଶ କରିଛି ବୋଲି ଶ୍ରୀ ଚୌହାନ ଅଭିଯୋଗ କରିଛନ୍ତି ।

Punjab flood

ତେବେ ରାଜ୍ୟ ସରକାର ଏହାର ଗୁରୁତ୍ୱକୁ ଉପଳବ୍ଧ କରି ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ତେବେ କେନ୍ଦ୍ର ସରକାର ଭବିଷ୍ୟତରେ ପଞ୍ଜାବରେ ଏଭଳି ସ୍ଥିତି ନ ଆସିବା ଲାଗି ରାଜ୍ୟକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ବୋଲି କୃଷି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+