Get Updates
Get notified of breaking news, exclusive insights, and must-see stories!

ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନଙ୍କ ସହ ବୈଠକ କଲେ କେନ୍ଦ୍ର କୃଷିମନ୍ତ୍ରୀ

କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ନୂଆଦିଲ୍ଲୀର କୃଷି ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ଖାଦ୍ୟ ଏବଂ କୃଷି ସଂଗଠନ (ଏଫଏଓ), ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫପି), କୃଷି ବିକାଶ ପାଇଁ ଅନ୍ତର୍ଜାତୀୟ ପାଣ୍ଠି (ଆଇଏଫଏଡି), ବିଶ୍ୱ ବ୍ୟାଙ୍କ, ଏସୀୟ ବିକାଶ ବ୍ୟାଙ୍କ (ଏଡିବି), ଡଚ ଗେସେଲଶାଫ୍ଟ ଫର୍ ଇଣ୍ଟରନ୍ୟାସନାଲେ ଜୁସାମେନାର୍ବିଟ୍ (ଜିଆଇଜେଡ୍) ଏବଂ ଜାପାନ ଅନ୍ତର୍ଜାତୀୟ ସହଯୋଗ ଏଜେନ୍ସି (ଜାଇକା) ସମେତ ପ୍ରମୁଖ ଅନ୍ତର୍ଜାତୀୟ ଏବଂ ବହୁପାକ୍ଷିକ ବିକାଶ ସହଭାଗୀ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ସହଯୋଗକୁ ଆହୁରି ସୁଦୃଢ଼ କରିବା, ଦୀର୍ଘକାଳୀନ ବିକାଶ ପ୍ରାଥମିକତାକୁ ସମନ୍ୱିତ କରିବା ଏବଂ ସ୍ଥାୟୀ ବିକାଶ ପଦକ୍ଷେପଗୁଡ଼ିକୁ ସମର୍ଥନ କରିବା ଏହି ବୈଠକର ଉଦ୍ଦେଶ୍ୟ ଥିଲା। କୃଷକଙ୍କ କଲ୍ୟାଣ ଏବଂ ଜୀବିକା ନିର୍ବାହରେ ଉନ୍ନତି ଆଣିବା ପାଇଁ ଦୀର୍ଘକାଳୀନ ନୀତି ପ୍ରଣୟନ ଲାଗି ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ପ୍ରତିନିଧିମାନଙ୍କୁ ସ୍ୱାଗତ କରି ଶ୍ରୀ ଚୌହାନ କହିଥିଲେ, ଭାରତର କୃଷି ଯାତ୍ରା ଉଲ୍ଲେଖନୀୟ ହୋଇପାରିଛି। ଭାରତ ଏକ ଖାଦ୍ୟ ଅଭାବ ଦେଶରୁ କୃଷି ଉତ୍ପାଦର ଏକ ପ୍ରମୁଖ ରପ୍ତାନିକାରୀ ପାଲଟିଛି। ଏହି ପରିବର୍ତ୍ତନରେ ସେ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକର ଭୂମିକା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

shivraj singh chouhan

ସେ କହିଥିଲେ, ଭାରତ ସଫଳତାର ସହିତ ଖାଦ୍ୟ ସୁରକ୍ଷା ହାସଲ କରିଛି ଏବଂ ବର୍ତ୍ତମାନ ପୋଷଣ ସୁରକ୍ଷା ଦିଗରେ ଆଗକୁ ବଢ଼ୁଛି । ଏହାସହିତ ସ୍ଥାୟୀ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିବା ପାଇଁ ଦୃଢ଼ ଭାବରେ କାର୍ଯ୍ୟ କରୁଛି। ଶ୍ରୀ ଚୌହାନ ଏହା ମଧ୍ୟ କହିଥିଲେ, ଭାରତ ଅନ୍ୟ ଦେଶମାନଙ୍କ ସହିତ ନିଜର ଅଭିଜ୍ଞତା ଏବଂ ସର୍ବୋତ୍ତମ ଅଭ୍ୟାସ ବାଣ୍ଟିବା ପାଇଁ ଭଲ ସ୍ଥିତିରେ ଅଛି । କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ପାରସ୍ପରିକ ବିକାଶ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଅନ୍ୟ ଦେଶରେ ଗ୍ରହଣ କରାଯାଇଥିବା ବିଶ୍ୱସ୍ତରୀୟ ନବସୃଜନ ଏବଂ ସଫଳ ମଡେଲଗୁଡ଼ିକରୁ ଶିଖିବା ପାଇଁ ମଧ୍ୟ ଭାରତ ପ୍ରସ୍ତୁତ ରହିଛି ।

ଏହି ସଂଗଠନଗୁଡ଼ିକର ପ୍ରତିନିଧିମାନେ ସହଯୋଗର ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏଥିରେ କୃଷି, କ୍ଷୁଦ୍ର ଚାଷୀଙ୍କ ପାଇଁ ଉନ୍ନତ ବଜାର ପ୍ରବେଶ ଏବଂ ଯୁବପିଢ଼ି, ମହିଳା ଏବଂ କୃଷକ ସଂଗଠନଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ସେମାନେ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ, ଅର୍ଥ, ଘରୋଇ କ୍ଷେତ୍ରର ଅଂଶଗ୍ରହଣ ଏବଂ ନିବେଶର ଗୁରୁତ୍ୱ ଉପରେ ମଧ୍ୟ ଜୋର ଦେଇଥିଲେ। ଏହା ସହିତ ଗବେଷଣା ଓ ବିକାଶ (ଆରଏଣ୍ଡଡି), ଡିଜିଟାଲ୍ କୃଷି, ଅମଳ ପରବର୍ତ୍ତୀ ଭିତ୍ତିଭୂମି ବିକାଶ, ଜଳବାୟୁ-ପ୍ରତିରୋଧୀ ଫସଲର ପ୍ରୋତ୍ସାହନ ଏବଂ ପ୍ରାକୃତିକ ସମ୍ପଦର ସ୍ଥାୟୀ ପରିଚାଳନା ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଉପରେ ପ୍ରତିନିଧିମାନେ ଜୋର ଦେଇଥିଲେ।

କେନ୍ଦ୍ର ମନ୍ତ୍ରୀ ପ୍ରତିନିଧିମାନଙ୍କୁ ସେମାନଙ୍କର ମୂଲ୍ୟବାନ ପରାମର୍ଶ ଏବଂ ବିଚାର ବ୍ୟକ୍ତ କରିବା ପାଇଁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ, ଏଗୁଡ଼ିକ କୃଷି କ୍ଷେତ୍ରରେ ଦୀର୍ଘକାଳୀନ ଯୋଜନା ଏବଂ ନୀତି ନିର୍ଦ୍ଧାରଣକୁ ସୁଦୃଢ଼ କରିବାରେ ସହାୟକ ହେବ। ଏହି ସମାନ ଦୃଷ୍ଟିକୋଣକୁ ସାକାର କରିବା ପାଇଁ ପାରସ୍ପରିକ ସହଯୋଗକୁ ଆହୁରି ସୁଦୃଢ଼ କରିବାର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ କୃଷି ଏବଂ କୃଷକ କଲ୍ୟାଣ ବିଭାଗର ସଚିବ, କୃଷି ଗବେଷଣା ଏବଂ ଶିକ୍ଷା ବିଭାଗର ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+