ନିଲାମ ହେବ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦର ଘର
ମୁମ୍ବାଇ: ଚର୍ଚ୍ଚାରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ । କିଛି ଦିନ ତଳେ ଦାଉଦକୁ ବିଷ ଦିଆଯାଇଥିବା ଖବର ଆସିଥିବାବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି । ଦାଉଦ ଇବ୍ରାହିମର ମହାରାଷ୍ଟ୍ରର ରତ୍ନଗିରିସ୍ଥିତ ପୈତୃକ ଘର ଶୁକ୍ରବାର ନିଲାମ ହେବ । ସ୍ମଗଲର୍ସ ଆଣ୍ଡ ଫରେନ୍ ଏକ୍ସଚେଞ୍ଜ ମାନିପୁଲେଟର୍ସ ଅଥରିଟି ଏହି ନିଷ୍ପତ୍ତି ନେଇଛି । ନିଲାମ ପାଇଁ ଏହାର ରିଜର୍ଭ ପ୍ରାଇସ୍ ମାତ୍ର ୧୯ ଲକ୍ଷ ଟଙ୍କା ରଖାଯାଇଛି ।
ଏଥିପାଇଁ କେତେଜଣ ବିଡର ଆବେଦନ କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ । ପୂର୍ବରୁ ଅଣ୍ଡରୱାର୍ଲଡ ଡନ୍ଙ୍କ ଜନ୍ମସ୍ଥାନ ସମେତ ୩ଟି ସମ୍ପତ୍ତି ପାଇଁ ଆଇନଜୀବୀ ତଥା ଶିବସେନାର ପୂର୍ବତନ ସଦସ୍ୟ ଅଜୟ ଶ୍ରୀବାସ୍ତବ ସଫଳ ବିଡର ଥିଲେ । ତେବେ ଆଇନଗତ କାରଣରୁ ଉକ୍ତ ନିଲାମ ଅଟକି ରହିଥିଲା । ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ସମ୍ପତ୍ତି କିଣିବାକୁ କେତେ ଲୋକ ଆସିବେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

କିନ୍ତୁ ଜଣେ ବ୍ୟକ୍ତି ଯିଏ ନିଲାମ ଟେଣ୍ଡର ଭରିବା ପାଇଁ ନିଶ୍ଚିତ ଆସିବେ । ସିଏ ହେଉଛନ୍ତି ଓକିଲ ତଥା ଶିବସେନାର ପୂର୍ବତନ ସଦସ୍ୟ ଅଜୟ ଶ୍ରୀବାସ୍ତବ, ଯିଏ ଅତୀତରେ ଆତଙ୍କବାଦୀଙ୍କ ତିନୋଟି ସମ୍ପତ୍ତି ଉପରେ ସଫଳତାର ସହ ଟେଣ୍ଡର କରିଛନ୍ତି । ଦାଉତର ନିମାଲ ସମ୍ପତ୍ତି ମଧ୍ୟରେ ମୁମ୍ବାଇରେ ଦାଉଦଙ୍କ ପିଲାଦିନର ଘର ମଧ୍ୟ ଅଛି, ଯେଉଁଠାରେ ସେ ଜନ୍ମ ହୋଇଥିଲେ ।












Click it and Unblock the Notifications