'ପ୍ରଧାନମନ୍ତ୍ରୀଙ୍କ ମେକ୍‍ ଇନ୍‍ ଇଣ୍ଡିଆ ଦୃଷ୍ଟିକୋଣ ଅଧୀନରେ ଦେଶ ଆଇ.ଟି. ଏବଂ ଇଲେକ୍ଟ୍ରୋନିକ୍ସ କେନ୍ଦ୍ର ଭାବେ ଉଭା ହେଉଛି'

କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ, ସୂଚନା-ପ୍ରଯୁକ୍ତି ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭରଶୀଳତା ଏବଂ ମେକ୍‍ ଇନ୍‍ ଇଣ୍ଡିଆ ଦୃଷ୍ଟିକୋଣ ଅଧୀନରେ ଦେଶ ଆଇ.ଟି. ଏବଂ ଇଲେକ୍ଟ୍ରୋନିକ୍ସ କେନ୍ଦ୍ର ଭାବେ ଉଭା ହେଉଛି । ଆଜି ଜୟପୁରରେ ଲଘୁ ଉଦ୍ୟୋଗ ଭାରତୀଦ୍ୱାରା ଆୟୋଜିତ ଆୟୋଜିତ ଆଇଡିଆଥନ୍‍-୨୦୨୫ର ଶେଷ ଅଧିବେଶନରେ ଉଦ୍‍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି, ଆଇ.ଟି. କ୍ଷେତ୍ରରେ ଭାରତର ପ୍ରଗତି ବିଶ୍ୱସ୍ତରୀୟ ଆଲୋଚନାର ବିଷୟବସ୍ତୁ ପାଲଟିଛି ।

ashwini

ଦେଶରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୧୧ ଲକ୍ଷ ୫୦ ହଜାର କୋଟି ଟଙ୍କାରୁ ଅଧିକ ହେବା ସହ ୨୫ ଲକ୍ଷରୁ ଅଧିକ ଲୋକଙ୍କପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତର ଇଲୋକ୍ଟ୍ରୋନିକ୍ସ ଉତ୍ପାଦନ କେବଳ ଘରୋଇ ଆବଶ୍ୟକତା ପୂରଣ କରିବ ନାହିଁ; ବରଂ ରପ୍ତାନୀ ମାଧ୍ୟମରେ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଉପଲବ୍ଧ ହେବ । ଦେଶରେ ସେମିକଣ୍ଡକ୍ଟର ଚିପ୍‍ସ ଉତ୍ପାଦନର ସଫଳତା ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ଜି.ଏସ୍‍.ଟି. ସଂସ୍କାର ବିଷୟରେ ଉଲ୍ଲେଖ କରି ଶ୍ରୀ ବୈଷ୍ଣବ କହିଛନ୍ତି, ଏହା ଅନେକ ଦୈନନ୍ଦିନ ବ୍ୟବହାର ସାମଗ୍ରୀର ମୂଲ୍ୟ ହ୍ରାସ କରିବା ସହ ବ୍ୟବସାୟୀଙ୍କ ସମେତ ଅର୍ଥନୀତିକୁ ମଧ୍ୟ ଲାଭ ପହଞ୍ଚାଇବ । ଗତ ଅବସରେ ଶ୍ରୀ ବୈଷ୍ଣବ ଜୟପୁରରେ ବିଭିନ୍ନ ରେଳ ପ୍ରକଳ୍ପ ମଧ୍ୟ ପରିଦର୍ଶନ କରିବା ସହ ଚାଲିଥିବା ବିକାଶ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+