Get Updates
Get notified of breaking news, exclusive insights, and must-see stories!

ଅଲ୍ କାଏଦା ଟାର୍ଗେଟରେ ଭାରତ

ନୂଆଦିଲ୍ଲୀ: ଅଲ୍ କାଏଦା ଟାର୍ଗେଟରେ ଭାରତ । ସତର୍କ କରାଇଲା ଜାତିସଂଘ । କାଶ୍ମୀରରେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଆତଙ୍କବାଦୀ । ସେପଟେ ଆଫଗାନିସ୍ଥାନରେ ସକ୍ରିୟ ଅଛନ୍ତି ୨୦ଟି ଆତଙ୍କବାଦୀ ଗୋଷ୍ଠୀ । ଆଫଗାନିସ୍ଥାନକୁ ବିଶ୍ୱ ଆତଙ୍କବାଦର ପେଣ୍ଠସ୍ଥଳ ଭାବେ ବିବେଚନା କରାଯାଉଛି ।

ଜାତିସଂଘ ରିପୋର୍ଟ ଅନୁସାରେ, କାଶ୍ମୀର ୨୦୧୦ରୁ ଏକ୍ୟୁଆଇଏସ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଆସିଛି । ଏହି ଆତଙ୍କି ସଂଗଠନ ଭାରତରେ ପ୍ରେବଶ କରିସାରିଛି ଏବଂ ନିଜ ନେଟୱାର୍କ ଏଠାରେ ମଜବୁତ କରିବାରେ ଲାଗିଛି । କେରଳର ଅନେକ ନିଖୋଜ ଯୁବକ ଆଇଏସଆଇଏଲରେ ଯୋଗ ଦେଇଥିବା ନେଇ ସୂଚନା ରହିଛି ।

 jammu & kashmir

ସେହିପରି ଗୁଜରାଟ, ଦିଲ୍ଲୀ, ଓଡ଼ିଶା, ଉତ୍ତରପ୍ରଦେଶ ପରି ରାଜ୍ୟରୁ ୨୦୧୩ ଏବଂ ୨୦୧୬ ମଧ୍ୟରେ ଗିରଫ ହୋଇଥିବା ଅନେକ ଯୁବକ ଗିରଫ ହୋଇଛନ୍ତି ଯେଉଁ ମାନଙ୍କର ସିଧାସଳଖ ଲିଙ୍କ୍ ଏକ୍ୟୁଆଇଏସର ସଦସ୍ୟଙ୍କ ସହ ଥିଲା । ସେହିପରି ଅନେକ ବାଂଲାଦେଶୀ ଯୁବକ ମଧ୍ୟ ଭାରତରୁ ଗିରଫ ହୋଇଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ମିଶନ କାଶ୍ନୀର ପାଇଁ କୁନାର ଏବଂ ନୁରିସ୍ତାନ ପ୍ରଦେଶରେ ଆତଙ୍କବାଦୀଙ୍କୁ ତାମିଲ ଦିଆଯାଉଛି । ବର୍ତ୍ତମାନ ଏକ୍ୟୁଆଇଏସର ମୁଖ୍ୟ ଭାବେ ଓସମା ମେହମୁଦ କାର୍ଯ୍ୟ କରୁଥିବା ନେଇ ସୂଚରା ରହିଛି । କାଶ୍ମୀରରେ ପ୍ରବେଶ କରିବା ପାଇଁ ଚାଲିଛି ପ୍ରସ୍ତୁତି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ୨୦୧୧ରେ ଓସମା ବିନ୍ ଲାଡେନର ହତ୍ୟା କରାଯିବା ପରେ କାଶ୍ମୀର ଅନେକ ସ୍ଥାନରେ ଶୋକ ପାଳନ କରାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+