ଉମର ଖାଲିଦଙ୍କୁ ୭ ଦିନ ପାଇଁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ଜେଲରେ ଥିବା ଉମର ଖାଲିଦ ଏବେ ସାମୟିକଭାବେ ଜେଲରୁ ମୁକୁଳିବେ। ଦିଲ୍ଲୀର କରକରଡୁମା କୋର୍ଟ ତାଙ୍କୁ ୭ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜେଏନୟୁର ଏହି ପୂର୍ବତନ ଛାତ୍ର ଉମର ଖାଲିଦ୍ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ରରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ୨୦୨୦ ମସିହା ଦିଲ୍ଲୀ ଦଙ୍ଗା ଘଟଣା ପରେ ଖାଲିଦଙ୍କୁ କଠୋର ୟୁଏପିଏ ବଳରେ ଗିରଫ କରାଯାଇଥିଲାସେବେଠାରୁ ଜେଲରେ ଥିବା ଖାଲିଦ ପାରିବାରିକ ବିବାହ ପାଇଁ ୭ ଦିନର ଜାମିନ ପାଇଛନ୍ତି। ଡିସେମ୍ବର ୨୮ରୁ ଜାନୁଆରୀ ୩ ଯାଏ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।

ବାହାଘରରେ ସାମିଲ ହେବାକୁ ଖାଲିଦ ୧୦ ଦିନର ଜାମିନ ପାଇଁ ଆବେଦନ କରିଥିଲେ। ହେଲେ କୋର୍ଟ ବିଭିନ୍ନ ପ୍ରକାରର ସର୍ତ୍ତ ସହ ତାଙ୍କୁ ୭ ଦିନର ଜାମିନ ଦେଇଛନ୍ତି। ନିଜର ଆଭ୍ୟନ୍ତରୀଣ ଜାମିନ ଆବେଦନରେ ଖାଲିଦ କହିଥିଲେ ଯେ ଜାନୁଆରୀ ୧ରେ ତାଙ୍କ ସମ୍ପର୍କୀୟଙ୍କ ବାହାଘର ଅବଦୁଲ ଫଜଲ ଏନକ୍ଲେଭର ମସଜିଦ ଇଶାତ ଇସଲାମରେ ହେବ। ନିକା ପରେ କାଲିନ୍ଦି କୁଞ୍ଜରେ ଡିନର ପାର୍ଟି ରହିଛି।

Umar Khalid
ଆସନ୍ତା ଜାନୁଆରୁ ୩ ତାରିଖ ପୂର୍ବରୁ ସେ ଜେଲ ଅଧୀକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିବେ । ଅକ୍ଟୋବର ୨୦୨୨ରେ ଉମର ଖାଲିଦଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ଦେବାକୁ ମନା କରିଦେଇଥିଲେ। ଏହାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, କିନ୍ତୁ ପରେ ତାଙ୍କର ଏସଏଲପି ପ୍ରତ୍ୟାହାର କରି ନେଇଥିଲେ। ନିମ୍ନ ଅଦାଲତରେ ସେ ଦ୍ୱିତୀୟ ନିୟମିତ ଜାମିନ ଆବେଦନ କରିଥିଲେ, ଯାହା ଚଳିତ ବର୍ଷ ପ୍ରାରମ୍ଭରେ ଖାରଜ ହୋଇଯାଇଥିଲା। ଖାଲିଦଙ୍କ ଦ୍ବିତୀୟ ନିୟମିତ ଜାମିନ ଆବେଦନ ଖାରଜ ହେବାକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ବିଚାରାଧୀନ ରହିଛି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+