ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଲେ ୟୁକ୍ରେନ ରାଷ୍ଟ୍ରପତି ଜେଲନ୍ସ୍କି, ମୋଦୀ X ରେ ଲେଖିଲେ....
ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏହି ଆଲୋଚନା ଏପରି ଏକ ସମୟରେ ହୋଇଛି ଯେତେବେଳେ କିଛି ଦିନ ମଧ୍ୟରେ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ରୁଷୀୟ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ବିଶେଷ ବୈଠକ ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ଉଭୟ ନେତା ୟୁକ୍ରେନକୁ ରୁଷର ଶେଷ କରିବା ବିଷୟରେ ଆଲୋଚନା କରିପାରିବେ ।
ଏହି ଆଲୋଚନା ସଂପର୍କରେ ପ୍ରଧାନମନ୍ତ୍ରୀ 'ଏକ୍ସ' ରେ ଲେଖିଛନ୍ତି "ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇ ଏବଂ ସାମ୍ପ୍ରତିକ ଘଟଣାବଳୀ ଉପରେ ତାଙ୍କର ଦୃଷ୍ଟିକୋଣ ଶୁଣି ଆନନ୍ଦିତ। ମୁଁ ବିବାଦର ଶୀଘ୍ର ଏବଂ ଶାନ୍ତିପୂର୍ଣ୍ଣ ସମାଧାନର ଆବଶ୍ୟକତା ଉପରେ ଭାରତର ସ୍ଥାୟୀ ଆଭିମୁଖ୍ୟ ଜଣାଇଲି। ଭାରତ ଏହି କ୍ଷେତ୍ରରେ ସମସ୍ତ ପ୍ରକାରର ଯୋଗଦାନ ଦେବାକୁ ପ୍ରତିବଦ୍ଧ, ଏବଂ ୟୁକ୍ରେନ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ମଧ୍ୟ।"

ଜେଲେନ୍ସକି Xରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୋର ଦୀର୍ଘ ସମୟ ଆଲୋଚନା ହୋଇଛି। ଆମେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଥିଲୁ। ଆମେ ଆମର ଦ୍ୱିପାକ୍ଷିକ ସମ୍ପର୍କ ଏବଂ ସାମଗ୍ରିକ କୂଟନୈତିକ ପରିସ୍ଥିତି ଉପରେ ଆଲୋଚନା କରିଥିଲୁ। ଆମ ଲୋକଙ୍କ ପ୍ରତି ତାଙ୍କର ଉଷ୍ମ ସମର୍ଥନ ପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି କୃତଜ୍ଞ।












Click it and Unblock the Notifications