ଋଷର କ୍ଷେପଣାସ୍ତ୍ର ମାଡ଼ରେ ଥରି ଉଠିଲା ୟୁକ୍ରେନ
ପୁଣି ଆକ୍ରମଣାତ୍ମକ ହୋଇଉଠିଛି ରୁଷିଆ। ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ସୋମବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏନେଇ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ୧୦୦ଟି କ୍ଷେପଣାସ୍ତ୍ର ମାଡ଼ ହୋଇଛି।

ରିପୋର୍ଟ ଅନୁଯାୟୀ, ୟୁକ୍ରେନ ଅଧିକାରୀମାନେ କହିଛନ୍ତି; ରୁଷିଆ ଆଜି ୟୁକ୍ରେନରେ ପାଓ୍ବାର ଗ୍ରୀଡ୍କୁ ଟାର୍ଗେଟ କରି ଏକ ବଡ଼ ଧରଣର କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଏହି କାରଣରୁ ଅନେକ ସହରରେ ଅତି କମ୍ରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବଂ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହୋଇଥିଲା।
ଅନ୍ୟପକ୍ଷରେ ୟୁକ୍ରେନ ବାୟୁସେନା କହିଛି, ଦେଶର ପ୍ରାୟ ସମସ୍ତ ଅଞ୍ଚଳକୁ ଟାର୍ଗେଟ କରି ୧୦ ହଜାର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଚିହ୍ନଟ କରିଛି। ଖାର୍କିଭ୍ ଏବଂ ଡ୍ନିପ୍ରୋର ପୂର୍ବ ଅଞ୍ଚଳଠାରୁ ଦକ୍ଷିଣ ବନ୍ଦର ସହର ଓଡେସା ଏବଂ ରାଜଧାନୀ କିଭ୍ ପର୍ଯ୍ୟନ୍ତ ଏହି ସୀମା ରହିଛି।
ଏହି ସମୟରେ ୟୁକ୍ରେନ ପ୍ରଧାନମନ୍ତ୍ରୀ ଡେନିସ ଶିମିହାଲ ଏକ ପୋଷ୍ଟରେ ଲେଖିଛନ୍ତି, ରୁଷିଆର ଆତଙ୍କବାଦୀମାନେ ପୁଣି ଥରେ ବିଦ୍ୟୁତ୍ ଗ୍ରୀଡକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଡ୍ରୋନ, କ୍ରୁଜ କ୍ଷେପଣାସ୍ତ୍ର ଏବଂ ହାଇପରସୋନିକ୍ କ୍ଷେପଣାସ୍ତ୍ର ସହିତ ଅତି କମ୍ରେ ୧୫ଟି ଅଞ୍ଚଳକୁ ଟାର୍ଗେଟ କରାଯାଇଛି।












Click it and Unblock the Notifications