ମୋଦି-ପୁଟିନଙ୍କ ଭେଟଘାଟକୁ ନିନ୍ଦା କଲେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ରୁଷିଆ ଗସ୍ତରେ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ଗସ୍ତରେ ଥିବାବେଳେ ୟୁକ୍ରେନ ଉପରେ ରୁଷର ଘନ ଘନ ଆକ୍ରମଣ ଜାରି ରହିଛି । ମୋଦିଙ୍କ ଗସ୍ତକୁ ନେଇ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ପୁଟିନଙ୍କ ସାକ୍ଷାତକୁ ନିନ୍ଦା କରିଛନ୍ତି । ଜେଲେନସ୍କି ନିଜର ଅସନ୍ତୋଷ ପ୍ରକଟ କରିବା ସହ ମୋଦୀଙ୍କ ଗସ୍ତକୁ ନିରାଶାଜନକ ଏବଂ ଚିନ୍ତାଜନକ ବୋଲି ବର୍ଣ୍ଣନା କରିଛନ୍ତି ।
ଜେଲେନସ୍କି ମଧ୍ୟ ଏ ନେଇ ଏକ ବିବୃତି ଜାରି କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମସ୍କୋ ଗସ୍ତକୁ ସମାଲୋଚନା କରିବା ସହ ଏହାକୁ ଶାନ୍ତି ପ୍ରୟାସ କ୍ଷେତ୍ରରେ ଏକ ବଡ଼ ଝଟକା ବୋଲି କହିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଯେତେବେଳେ ପୁଟିନଙ୍କୁ ସାକ୍ଷାତ କରୁଥିଲେ ସେତେବେଳେ ରୁଷୀୟ କ୍ଷେପଣାସ୍ତ୍ର ୟୁକ୍ରେନ ଉପରେ ଆକ୍ରମଣ କରୁଥିଲା । ରୁଷ୍ କିବରେ ଥିବା ଏକ ଶିଶୁ ଚିକିତ୍ସାଳୟକୁ ଟାର୍ଗେଟ କରିଥିଲା । ଏହା ସହିତ ସେ ପୁଟିନଙ୍କୁ ହତ୍ୟାକାରୀ ବୋଲି ମଧ୍ୟ କହିଛନ୍ତି ।

ସୂଚନାଯୋଗ୍ୟ, ସୋମବାର ରୁଷିଆ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ କରିଥିଲା । ୟୁକ୍ରେନ ଦାବି କରିଛି ଯେ ଏହି କ୍ଷେପଣାସ୍ତ୍ର ଆକ୍ରମଣରେ ତିନି ଜଣ ଶିଶୁଙ୍କ ସମେତ ୩୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୩ ଜଣ ଶିଶୁଙ୍କ ସମେତ ୧୭୦ ଜଣ ଆହତ ହୋଇଛନ୍ତି । ୟୁକ୍ରେନ ଏହା ମଧ୍ୟ ଦାବି କରିଛି ଯେ ଯେଉଁଠାରେ କର୍କଟ ରୋଗରେ ପୀଡିତ ପିଲାମାନେ ଚିକିତ୍ସିତ ହେଉଥିଲେ, ସେଠାରେ ଥିବା ସର୍ବ ବୃହତ ଶିଶୁ ଡାକ୍ତରଖାନାକୁ ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା ।
ଭାରତ- ରୁଷିଆ ଶିଖର ସମ୍ମିଳନୀରେ ବାଣିଜ୍ୟ, ଶକ୍ତି ଏବଂ ପ୍ରତିରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ବିସ୍ତାର କରିବାର ଉପାୟ ଉପରେ ଆଲୋଚନା କରାଯିବ । ପ୍ରଧାନମନ୍ତ୍ରୀ ରୁଷିଆ-ୟୁକ୍ରେନ ଯୁଦ୍ଧ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ କଥାବାର୍ତ୍ତାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇପାରେ ।












Click it and Unblock the Notifications