ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭାରତରେ ମିଳିବନି ଆଡମିଶନ
ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କୁ ଭାରତରେ ମିଳିବ ନାହିଁ ଆଡମିଶନ । କେନ୍ଦ୍ର ନେଇଛନ୍ତି ଏଭଳି ବଡ ନିଷ୍ପତ୍ତି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।
ନୂଆଦିଲ୍ଲୀ: ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କୁ ଭାରତରେ ମିଳିବ ନାହିଁ ଆଡମିଶନ । କେନ୍ଦ୍ର ନେଇଛନ୍ତି ଏଭଳି ବଡ ନିଷ୍ପତ୍ତି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଅଧାରୁ ଡାକ୍ତରୀ ପାଠ ଛାଡିଥିବା ପିଲାମାନେ ନିଜ କଲେଜରୁ ଅନୁମତି ନେଇ ଅନ୍ୟ କେଉଁ ଦେଶର ବିଶ୍ୱ ବିଦ୍ୟାଳୟକୁ ଟ୍ରାନ୍ସଫର କରିବାର ବିକଳ୍ପ ଚୟନ କରିପାରିବେ । ସର୍ବୋଚ୍ଚ ନ୍ୟାୟଳକୁ ଏଭଳି ପଦକ୍ଷେପ ନେଇ ଅବଗତ କରାଇଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ସରକାର କହିଛନ୍ତି, ନିଟ ପରୀକ୍ଷାରେ ଖରାପ ସ୍କୋର କିମ୍ବା ଶସ୍ତା ଫି' କାରଣରୁ ଛାତ୍ରଛାତ୍ରୀ ୟୁକ୍ରେନରେ ମେଡିକାଲ କଲେଜ ଚୟନ କରିଥିଲେ । ଯଦି ନିଟରେ କମ୍ ସ୍କୋର କରିଥିବା ଛାତ୍ରଛାତ୍ରୀଙ୍କୁ ଭାରତର ବିଶ୍ୱ ବିଦ୍ୟାଳୟରେ ପଢ଼ିବାର ସୁଯୋଗ ଦିଆଯାଏ ତେବେ ପୂର୍ବରୁ ପଢୁଥିବା ଛାତ୍ରଛାତ୍ରୀ ଆପତ୍ତି କରିପାରନ୍ତି ବୋଲି କେନ୍ଦ୍ର ସରକାର କହିଛନ୍ତି । ଯଦି ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଭାରତୀୟ କଲେଜରେ ନାମ ଲେଖା ପାଇଁ ସୁଯୋଗ ଦିଆ ଯାଏ, ତେବେ ଦେଶର ଡାକ୍ତରୀ ଶିକ୍ଷାର ମାନଦଣ୍ଡ ପ୍ରଭାବିତ ହେବ ବୋଲି କହିଛନ୍ତି ସରକାର ।
ବର୍ତ୍ତମାନ ପ୍ରାୟ 20 ହଜାରରୁ ଅଧିକ ଛାତ୍ରଛାତ୍ରୀ ୟୁକ୍ରେନରେ ମେଡିକାଲ ପଢୁଥିଲେ । ୟୁକ୍ରେନ-ଋଷ ଯୁଦ୍ଧ ସମୟରେ ଜୀବନ ରକ୍ଷା ନେଇ ଛାତ୍ରଛାତ୍ରୀ ସ୍ବଦେଶ ଫେରିଆସିଥିଲେ। ଏହାପରେ ନିଜର ପାଠ ପଢା ଅଧାରେ ରହିଯାଇଥିଲା । ଭାରତରେ ଆଡମିଶନ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ବର୍ତ୍ତମାନ ଏହା ବିଫଳ ହୋଇଛି ।












Click it and Unblock the Notifications