Ahmedabad plane crash: ‘ବିଧ୍ବଂସକାରୀ’ କହି ଦୁଃଖପ୍ରକାଶ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ କେଇର ଷ୍ଟାର୍ମର।

ଆଜି ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଦୁର୍ଘଟଣା ବିଷୟରେ ଜାଣି ସେ ମର୍ମାହତ ଏବଂ ଦୁଃଖିତ । ଅନ୍ୟପଟେ ଏହି ଛାତି ଥରା ଦୁର୍ଘଟଣା ଉପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି ।

UK PM Starmer

ବିମାନ ଦୁର୍ଘଟଣାକୁ 'ବିଧ୍ୱଂସକାରୀ' କହି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ କେଇର ଷ୍ଟାର୍ମର। ବିମାନ ଦୁର୍ଘଟଣା ଖବର ପାଇ ସେ ଏକ ବିବୃତି ଜାରି କରି ଦୁଃଖ ପ୍ରକାଶ କରିଛନ୍ତି। ଏହି ବିମାନରେ ଥିବା ୨୪୨ ଯାତ୍ରୀଙ୍କ ମଧ୍ୟରୁ ୫୨ ଜଣ ବିଟ୍ରିଶ ନାଗରିକ ଥିଲେ। ଷ୍ଟାର୍ମର ଏକ୍ସ'ରେ ଏକ ପୋଷ୍ଟ କରି କହିଛନ୍ତି, ବିମାନ ଦୁର୍ଘଟଣାର ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା ଅତି ବିଧ୍ୱଂସକାରୀ। ପରିସ୍ଥିତି ଉପରେ ସେ ନଜର ରଖିଛନ୍ତି। ବିମାନରେ ଥିବା ଯାତ୍ରୀ ଏବଂ ସେମାନଙ୍କ ପରିବାର ପ୍ରତି ତାଙ୍କର ସମବେଦନା ରହିଛି ବୋଲି କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+