ଶ୍ରାବଣର ପ୍ରତି ସୋମବାର ସ୍କୁଲ ରହିବ ବନ୍ଦ

ଆଜିଠୁ ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ । ଚଳଚଞ୍ଚଳ ହୋଇଉଠିଛି ଶୈବପୀଠ । ମାନସିକଧାରୀ କାଉଡିଆମାନେ ପାଣି ଉଠାଇ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ଜଳାଭିଷେକ କରୁଛନ୍ତି । କେବଳ ରାଜ୍ୟ ନୁହେଁ ସାରା ଦେଶର ବିଭିନ୍ନ ଶୈବପୀଠ ମାନଙ୍କରେ ଜଳ ଲାଗି କରୁଛନ୍ତି କାଉଡିଆ । ବୋଲ୍ ବମ୍ ନାରାରେ କମ୍ପୁଛି ମନ୍ଦିର ପରିସର ।

ଅଧିକାଂଶ ପୀଠରେ ଗତକାଲିଠୁ ଅନେକ କାଉଡିଆ ପହଁଚିସାରିଛନ୍ତି । ତେବେ ଚଳିତ ବର୍ଷ ଶ୍ରାବଣ ମାସରେ ଦୁର୍ଲଭ ସଂଯୋଗ ଦେଖାଯାଇଛି । ପ୍ରଥମ ଦିନ ସୋମବାରରୁ ଆରମ୍ଭ ହୋଇଥିବା ବେଳେ ଶେଷ ଦିନ ମଧ୍ୟ ସୋମବାରରେ ଶେଷ ହେଉଛି । ଏପଟେ ଆଜି ଶ୍ରାବଣର ପ୍ରତ୍ୟେକ ସୋମବାର ସ୍କୁଲ ଛୁଟି ରହିବ ବୋଲି ଘୋଷଣା କରାଯାଇଛି । ଉତ୍ତର ପ୍ରଦେଶର ବାରାଣାସୀ ସହର ଅଞ୍ଚଳରେ ଏବଂ କାଉଡି ରୁଟ୍‌ରେ ପଡୁଥିବା ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ ।

Monday Holiday

ଏହା ବଦଳରେ ରବିବାର କ୍ଲାସ କରାଯିବ । କିଛି ଘରୋଇ ବିଦ୍ୟାଳୟ ଅଛି ଯାହା ରବିବାର ଏବଂ ସୋମବାର ମଧ୍ୟ ବନ୍ଦ ରହିବ । ଶ୍ରାବଣରେ ଭକ୍ତଙ୍କ ଭିଡ ଏବଂ ଛାତ୍ରୀଛାତ୍ରମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଶ୍ରାବଣ ମାସରେ ୯୦ ଲକ୍ଷରୁ ଏକ କୋଟି ଭକ୍ତ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରକୁ ଦର୍ଶନ ଓ ପୂଜା ପାଇଁ ଆସିବେ ବୋଲି ଅନୁମାନ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+