ଏଥିପାଇଁ ଏପର୍ଯ୍ୟନ୍ତ ୧.୧୭ କୋଟି ନମ୍ବରକୁ କଲା ଡିଆକ୍ଟିଭେଟ୍ ୟୁଆଇଡିଏଆଇ
ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ଏପର୍ଯ୍ୟନ୍ତ ୧.୧୭ କୋଟିରୁ ଅଧିକ ୧୨-ଅଙ୍କ ବିଶିଷ୍ଟ ଆଧାର ନମ୍ବରକୁ ନିଷ୍କ୍ରିୟ କରିସାରିଛି। ଏହି ପଦକ୍ଷେପ ଏଥିପାଇଁ ନିଆଯାଇଛି,ଯେଉଁ ଲୋକମାନଙ୍କ ମୃତ୍ୟୁ ହୋଇଯାଇଛି। ତାଙ୍କ ଆଧାର ନମ୍ବର ଭୁଲ ଭାବରେ ବ୍ୟବହାର କରିହେବନି।
ଏହି ପଦକ୍ଷେପ ଅନୁସାରେ, ୟୁଆଇଡିଏଆଇ ୨୪ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟରେ ପଞ୍ଜିକୃତ ମୃତ୍ୟୁ ପାଇଁ 'ମାଇଁ ଆଧାର ପୋର୍ଟାଲ' ରେ ଏକ ନୂଆ ସର୍ଭିସ- 'ରିପୋର୍ଟିଂ ଅଫ୍ ଡେଥ୍ ଅଫ୍ ଏ ଫ୍ୟାମିଲି ମେମ୍ବର' ଆରମ୍ଭ କରିଛି। ଫଳରେ ପରିବାରରେ କୌଣସି ସଦସ୍ୟଙ୍କ ମୃତ୍ୟୁ ହେଲେ ବ୍ୟକ୍ତିଙ୍କୁ ପୋର୍ଟଲରେ ଆସି ଏହାର ସୂଚନା ୟୁଆଇଡିଏଆଇକୁ ଦେଇପାରିବ। ବୁଧବାର ଏହା ଉପରେ ଜାରି ଏକ ଅଫିସିଆଲ ବୟାନରେ କୁହାଯାଇଛି, ଆଧାର ଡାଟାବେସ୍ର ସବୁବେଳେ ସଠିକତା ବଜୟା ରଖିବା ପାଇଁ ୟୁଆଇଡିଏଆଇ ବିଭିନ୍ନ ସ୍ରୋତରୁ ମୃତ୍ୟୁ ରେକର୍ଡ ପ୍ରାପ୍ତ କରିବା ଓ ସଠିକ ଭେରିଫିକେସନ୍ ପରେ ଆଧାର ନମ୍ବରକୁ ଡିଆକ୍ଟିଭ କରିବା ପାଇଁ ଏହି ଉପାୟକୁ ସକ୍ରିୟ ରୂପରେ ନିଜର କରୁଛି।

ୟୁଆଇଡିଏଆଇ କହିଛି ସେ ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆରୁ ଆଧାର ନମ୍ବର ସମ୍ପର୍କିତ ଡେଥ୍ ରେକର୍ଡକୁ ସେୟାର କରିବା ପାଇଁ କୁହାଯାଇଛି ଓ ସିଭିଲ ରେଜିଷ୍ଟେ୍ରସନ୍ ସିଷ୍ଟମ (ସିଏସ୍ଆର)ର ବ୍ୟବହାର କରି ୨୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ପ୍ରାୟ ୧.୫୫ କୋଟି ଡେଥ୍ ରେକର୍ଡ ପ୍ରାପ୍ତ କରିଛି। ସଠିକ୍ ଭେରିଫିକେସନ୍ ପରେ ଏଥିରେ ପ୍ରାୟ ୧.୧୭ କୋଠି ଆଧାର ନମ୍ବର ଡିଆକ୍ଇଭେଟ୍ କରି ଦିଆଯାଇଛି।
ଏବେ ପ୍ରାୟ ୬.୭ ଲକ୍ଷ ଡେଥ୍ ରେକର୍ଡ ଆଧାରରେ ନମ୍ବରକୁ ଡିଆକ୍ଟିଭେଟ୍ କରିବାର କାମ କରାଯାଉଛି। 'ରିପୋର୍ଟିଂ ଅଫ୍ ଡେଥ୍ ଅଫ୍ ଏ ଫ୍ୟାମିଲି ମେମ୍ବର' ଅନୁସାରେ ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ ହେଲେ ମୃତକଙ୍କ ପରିବାରର କୌଣସି ସଦସ୍ୟଙ୍କୁ ମୃତକଙ୍କ ସହ ନିଜର ସମ୍ପର୍କର ପ୍ରମାଣ ଦେବାକୁ ହେବ। ପୋର୍ଟଲରେ ଯାହାଙ୍କ ମୃତ୍ୟୁ ହୋଇଛି, ତାଙ୍କର ଆଧାର ନମ୍ବର, ଡେଥ୍ ରେଜିଷ୍ଟେ୍ରସନ୍ ନମ୍ବର ଓ ବହୁ ୟୁଜର ଡିଟେଲ୍ସର ସୂଚନା ଦେବାକୁ ହେବ।












Click it and Unblock the Notifications