ଜୁନ ୧୬ରେ ୟୁଜିସି ନେଟ ପରୀକ୍ଷା , ଏହି ତାରିଖରୁ ହେବ ଆବେଦନ
ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ନେଟ୍ ପରୀକ୍ଷା ପାଇଁ ଆବେଦନ ରବିବାର ଠାରୁ ଆରମ୍ଭ ହୋଇଛି । ଆସନ୍ତା ମେ ୧୦ ତାରିଖ ପର୍ଯ୍ୟନ୍ତ ଏଥିନିମନ୍ତେ ଆବେଦନ କରାଯାଇ ପାରିବ । ଜୁନ୍ ୧୬ ତାରିଖରେ ନେଟ୍ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ପରୀକ୍ଷା ସଞ୍ଚାଳନ କରୁଥିବା ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ନେଟ୍ରେ ଉର୍ତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜୁନିଅର ରିସର୍ଚ୍ଚ ଫେଲୋସିପ (ଜେଆର୍ଏଫ୍) ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଏହାସହ ପ୍ରଥମଥର ପାଇଁ ନେଟ୍ ପରୀକ୍ଷା ମାଧ୍ୟମରେ ପିଏଚ୍ଡି ପଢ଼଼ିବାକୁ ମଧ୍ୟ ଛାତ୍ରଛାତ୍ରୀମାନେ ଯୋଗ୍ୟତା ଅର୍ଜନ କରିବେ । ସମୁଦାୟ ୮୩ ଟି ବିଷୟରେ ପିଏଚ୍ଡି କରିବା ନିମନ୍ତେ ଏହି ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନେ ସୁଯୋଗ ପାଇବେ ।

ପୂର୍ବରୁ ଏହି ପରୀକ୍ଷା ଅନ୍ଲାଇନ୍ରେ କରାଯାଉଥିବାବେଳେ ଚଳିତ ଥର ଏହା ଅଫ୍ଲାଇନ୍ ବା କାଗଜ କଲମରେ ହେବ ବୋଲି ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି । ୪ ବର୍ଷୀୟା ସ୍ନାତକ ଡିଗ୍ରୀ ପାଠ୍ୟକ୍ରମ କରୁଥିବା ଛାତ୍ରୀଛାତ୍ର ଏଣିକି ସିଧାସଳଖ ଏନ୍ଇଟି (ଜାତୀୟ ଯୋଗ୍ୟତା ପରୀକ୍ଷା) ଦେଇ ପିଏଚ୍ଡି କରିପାରିବେ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅଧ୍ୟକ୍ଷ ଜଗଦେଶ କୁମାର ଏହି ସୂଚନା ଦେଇଛନ୍ତି ।
ଜୁନିୟର ରିସର୍ଚ୍ଚ ଫେଲୋଶିପ୍ (ଜେଆର୍ଏଫ୍) ସହ କିମ୍ବା ଏହା ବିନା ପିଏଚ୍ଡି କରିବାକୁ ହେଲେ ଛାତ୍ରୀଛାତ୍ରଙ୍କୁ ସର୍ମନିମ୍ନ ୭୫ ପ୍ରତିଶତ ମାର୍କ ଅଥବା ସେମାନଙ୍କ ୪ ବର୍ଷର ଅଣ୍ଡରଗ୍ରାଜୁଏଟ୍ ପାଠ୍ୟକ୍ରମରେ ତତୁଲ୍ୟ ଗ୍ରେଡ୍ ରଖିଥିବା ଆବଶ୍ୟକ । ବର୍ତ୍ତମାନ ପର୍ଯ୍ୟନ୍ତ ଏନ୍ଇଟି ଦେବା ପାଇଁ ସର୍ବନିମ୍ନ ୫୫ ପ୍ରତିଶତ ନମ୍ବର ସହ ମାଷ୍ଟର ଡିଗ୍ରୀ ଆବଶ୍ୟକ ହେଉଥିଲା । ଚଳିତ ବର୍ଷ ପରୀକ୍ଷା କମ୍ପ୍ୟୁଟର ଭିତ୍ତିକ ନ ହୋଇ ଅଫ୍ଲାଇନ ମୋଡ୍ରେ ହେବ । ଜୁନ୍ ୧୬ରେ ସମସ୍ତ ବିଷୟରେ ପରୀକ୍ଷା କରାଯିବ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications