ନେଟ୍ ପରୀକ୍ଷା ସ୍ଥଗିତ, ଜାଣନ୍ତୁ କାରଣ
UGC-NET Exams On Jan 15 Postponed: UGC-NET ପରୀକ୍ଷା ସ୍ଥଗିତ ରଖିଲା ଏନଟିଏ । ୧୫ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ପୋଙ୍ଗଲ, ମକର ସଂକ୍ରାନ୍ତି ପାଇଁ ସ୍ଥଗିତ ରଖାଯାଇଛି । ଖୁବଶୀଘ୍ର ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବ । ତେବେ ୧୬ ତାରିଖରେ ହେବାକୁ ଥିବା ପରୀକ୍ଷା ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ହେବ । ଏନଟିଏ ସରକାରୀ ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛି ।

ଏନଟିଏ ସରକାରୀ ବିଜ୍ଞପ୍ତି ଅନୁସାରେ, ୧୫ ଜାନୁଆରୀ ୨୦୨୫ରେ ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ୟୁଜିସି ନେଟ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଖୁବ୍ ଶୀଘ୍ର ନୂଆ ତାରିଖ ଅଫିସିଆଲ୍ ୱେବସାଇଟରେ ପ୍ରକାଶ ପାଇବ । ପରୀକ୍ଷାର୍ଥୀଙ୍କୁ ୱେବସାଇଟ୍ ଉପରେ ନଜର ରଖିବା ପାଇଁ ପରାମର୍ଶ ଦିଆଯାଇଛି । ୧୬ ତାରିଖରେ ହେବାକୁ ଥିବା ପରୀକ୍ଷା ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ହେବ ।












Click it and Unblock the Notifications