ଏହି କାରଣରୁ ରଦ୍ଦ ହେଲା UGC-NET ପରୀକ୍ଷା
UGC-NET Exam: ବୁଧବାର କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ UGC-NET ପରୀକ୍ଷା ରଦ୍ଦ କରିଛି । ମନ୍ତ୍ରଣାଳୟ କହିଛି ଯେ ପରୀକ୍ଷା ପ୍ରକ୍ରିୟାରେ ଅବହେଳା ହୋଇଛି ଏବଂ ଏହାର ସ୍ୱଚ୍ଛତା କ୍ଷୁର୍ଣ୍ଣ ହୋଇଛି, ଯାହା ଦ୍ୱାରା 900,000 ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିପଦରେ ପଡିବାର ସମ୍ଭାବନା ଥିଲା । ଏହି ଘଟଣାର ଗମ୍ଭୀରତାକୁ ନଜରରେ ରଖି ଏବଂ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଏହି ମାମଲାକୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ହସ୍ତାନ୍ତର କରାଯାଉଛି।
ଏସବୁ ଏକ ସମୟରେ ଘଟିଛି ଯେତେବେଳେ NTA କମ୍ପ୍ୟୁଟରୀକରଣ ପରୀକ୍ଷା ଫର୍ମାଟରୁ ଦୂରେଇଯାଇ ଗୋଟିଏ ଦିନରେ ପରୀକ୍ଷା ପରିଚାଳନା କରିବାର ନିଷ୍ପତ୍ତି ନେଇଥିଲା । ପାଞ୍ଚ ବର୍ଷ ପରେ ପ୍ରଥମ ଥର NET ପରୀକ୍ଷା ଅଫଲାଇନ୍ କରାଯାଇଥିଲା । ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ପରୀକ୍ଷା ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି ଏବଂ ପରୀକ୍ଷା ଅନିୟମିତତାର ତଦନ୍ତ ସିବିଆଇ କରିବ ।

ଦେଶର ୩୧୭ ସହରର ୧୨୦୫ କେନ୍ଦ୍ରରେ ୟୁଜିସି-ନେଟ ପରୀକ୍ଷାର ଆୟୋଜନ କରାଯାଇଥିଲା । ୧୧ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ । ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି , ପରୀକ୍ଷାର୍ଥୀଙ୍କ ହିତ ପାଇଁ ସରକାର ପ୍ରତିଶ୍ରୃତିବଦ୍ଧ ।
UGC-NET ପରୀକ୍ଷା ବାତିଲ ହେବା ପରେ ପିଏଚଡି ଆଡମିଶନରେ ମଧ୍ୟ ବିଳମ୍ବ ହେବ । କାରଣ ମେରିଟ୍ ତାଲିକା ସ୍ଥିର କରିବାକୁ ଭାରତର ବିଶ୍ୱବିଦ୍ୟାଳୟଗୁଡ଼ିକ NET ସ୍କୋର ଉପରେ ନିର୍ଭର କରନ୍ତି । ତେବେ ମନ୍ତ୍ରଣାଳୟ କହିଛି ଯେ ଖୁବ୍ ଶୀଘ୍ର ପୁଣି ପରୀକ୍ଷା କରାଯିବ ଏବଂ ଏନେଇ ସୂଚନା ଖୁବ୍ ଶୀଘ୍ର ଜାରି କରାଯିବ ।
ଜାତୀୟ ପରୀକ୍ଷା ଏଜେନ୍ସି ମାଧ୍ୟମରେ ପିଏଚଡି ଆଡମିଶନ, ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଜୁନିଅର ରିସର୍ଚ୍ଚ ଫେଲୋସିପ୍ (JRF) ଯୋଗାଇବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଜାତୀୟ ଯୋଗ୍ୟତା ପରୀକ୍ଷା (NET) ବର୍ଷକୁ ଦୁଇଥର କରାଯାଇଥାଏ। ଏହାର ପରୀକ୍ଷା ଜୁନ୍ 18 ରେ କରାଯାଇଥିଲା, ଯେଉଁଥିରେ 1,200 କେନ୍ଦ୍ରରେ 908,580 ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ ।
ପରୀକ୍ଷା ହେବାର 24 ଘଣ୍ଟା ପରେ ଶିକ୍ଷା ମନ୍ତ୍ରଣାଳୟ ସୂଚନା ଜାରି କରିଥିଲା ଯେ, ଭାରତର ଉଚ୍ଚଶିକ୍ଷା ନିୟାମକ ୟୁଜିସି ଇଣ୍ଡିଆନ୍ ସାଇବର କ୍ରାଇମ୍ ସମନ୍ୱୟ କେନ୍ଦ୍ର (ଆଇସିସିସିସି) ର ଜାତୀୟ ସାଇବର କ୍ରାଇମ୍ ଥ୍ରେଟ୍ ଆନାଲିଟିକ୍ସ ୟୁନିଟରୁ ଏହି ପରୀକ୍ଷା ସମ୍ବନ୍ଧରେ କିଛି ସୂଚନା ମଳିଥିଲା, ଯାହା ପରେ ପରୀକ୍ଷା ରଦ୍ଦ କରାଯାଇଥିଲା । ମନ୍ତ୍ରଣାଳୟ ଏହା ମଧ୍ୟ ଦାବି କରିଛି ଯେ, ଏହି ପରୀକ୍ଷାର ଗୋପନୀୟତା କ୍ଷୁର୍ଣ୍ଣ ହୋଇଛି।












Click it and Unblock the Notifications