Get Updates
Get notified of breaking news, exclusive insights, and must-see stories!

UGC NET December 2024 Registration: ତୁରନ୍ତ କରନ୍ତୁ ଆବେଦାନ , କଣ କଣ ଆବଶ୍ୟକ ?

UGC NET December 2024 Registration: ଆପଣ UGC NET ପରୀକ୍ଷା ଦେବାକୁ ଚାହୁଛନ୍ତି କି ? UGC NET ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପରୀକ୍ଷା ପାଇଁ ଆବେଦନ ଫର୍ମଗୁଡିକ ୧୦ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଗ୍ରହଣ କରାଯିବ ।

ଭାରତରେ UGC NET ପରୀକ୍ଷା ପାଇଁ ଅନେକ ଆଶାୟୀ ଥାଆନ୍ତି। ଏମାନେ ବର୍ଷସାରା ନିଜକୁ ପ୍ରସ୍ତୁତ କରନ୍ତି। ଆପଣ ଯଦି ସେମାନଙ୍କ ମଧ୍ୟରୁ ଜଣେ ତେବେ ଏହି ଖବର ଆପଣଙ୍କ ପାଇଁ। UGC NET ଡିସେମ୍ବର ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପରୀକ୍ଷା ପାଇଁ ଆବେଦନ ଫର୍ମଗୁଡିକ ୧୦ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଗ୍ରହଣ କରାଯିବ।

ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ https://ugcnet.nta.ac.in କୁ ଯାଇ ପରୀକ୍ଷା ପାଇଁ ଆବେଦନ କରିପାରିବେ। ସିଧା ଆବେଦନ କରିବାକୁ ହେଲେ ଏହି ଲିଙ୍କ UGC NET December Exam 2024 ରେ କ୍ଲିକ୍ କରନ୍ତୁ।

UGC NET December 2024 Registration

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • UGC NET ଡିସେମ୍ବର ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ଆରମ୍ଭ - ୧୯ ନଭେମ୍ବର ୨୦୨୪
  • UGC NET ଡିସେମ୍ବର ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ଶେଷ - ୧୦ ଡିସେମ୍ବର ୨୦୨୪
  • UGC NET ଡିସେମ୍ବର ପରୀକ୍ଷା ପାଇଁ ଫି' ଦାଖଲ ଶେଷ ତାରିଖ - ୧୧ ଡିସେମ୍ବର ୨୦୨୪
  • UGC NET ଡିସେମ୍ବର ପରୀକ୍ଷା ଫର୍ମ ସଂଶୋଧନ ତାରିଖ ଆରମ୍ଭ - ୧୨ ଡିସେମ୍ବର ୨୦୨୪
  • UGC NET ଡିସେମ୍ବର ପରୀକ୍ଷା ଫର୍ମରେ ସଂଶୋଧନ ପାଇଁ ଶେଷ ତାରିଖ - ୧୩ ଡିସେମ୍ବର ୨୦୨୪
  • ପରୀକ୍ଷା ତାରିଖ - ୦୧ ଜାନୁଆରୀ ୨୦୨୫ ରୁ ୧୯ ଜାନୁଆରୀ ୨୦୨୫

ସଂଶୋଧନ ସମୟ:
ଆବେଦନ ପ୍ରକ୍ରିୟା ସମାପ୍ତ ହେବା ପରେ ପ୍ରାର୍ଥୀଙ୍କୁ UGC NET ଡିସେମ୍ବର ଫର୍ମରେ ସଂଶୋଧନ କରିବାର ସୁଯୋଗ ଦିଆଯିବ। ପ୍ରାର୍ଥୀମାନେ ଡିସେମ୍ବର ୧୨ ରୁ ୧୩ ମଧ୍ୟରେ ସେମାନଙ୍କ ଆବେଦନ ଫର୍ମରେ ହୋଇଥିବା ଭୁଲଗୁଡ଼ିକୁ ସଂଶୋଧନ କରିପାରିବେ।

ପରୀକ୍ଷା ଫିସ୍:
UGC NET ଡିସେମ୍ବର ପରୀକ୍ଷା ପାଇଁ ଆବେଦନ କରୁଥିବା ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ଆବେଦନ ଫିସ୍ ଭାବରେ ୧୧୫୦ ଟଙ୍କା ଦେବାକୁ ପଡିବ
ସେହିପରି EWS ଏବଂ OBC ବର୍ଗ ପାଇଁ ୬୦୦ ଟଙ୍କା ଦେବାକୁ ହେବ
ଅନ୍ୟ ବର୍ଗ ପ୍ରାର୍ଥୀଙ୍କ ପାଇଁ ୩୨୫ ଟଙ୍କା ଦେବାକୁ ପଡିବ
ତେବେ NTA କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମୋଡରେ UGC NET ପରୀକ୍ଷା କରିବ। ଏହି ପରୀକ୍ଷା ୮୫ଟି ବିଷୟ ପାଇଁ କରାଯିବ।

କିପରି କରିବେ ଆବେଦନ:
UGC NET ର ଅଫିସିଆଲ୍ ୱେବସାଇଟ୍ ugcnet.nta.ac.in କୁ ଯାଆନ୍ତୁ
ହୋମ୍‌ପେଜ୍‌ରେ ଥିବା ପଞ୍ଜୀକରଣ ଲିଙ୍କ୍‌ ଉପରେ କ୍ଲିକ୍ କରନ୍ତୁ
ଆପଣଙ୍କର ବ୍ୟକ୍ତିଗତ ଏବଂ ଶିକ୍ଷାଗତ ସୂଚନା ଆବେଦନ ଫର୍ମରେ ପୂରଣ କରନ୍ତୁ
ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ଏବଂ ନିର୍ଦ୍ଦିଷ୍ଟ ଆବେଦନ ଫି ପ୍ରଦାନ କରନ୍ତୁ
Subnbmit ବଟନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆବେଦନ ଫର୍ମ ଏକ କପି ଡାଉନଲୋଡ୍ କରନ୍ତୁ ଏବଂ ଏହାକୁ ରଖନ୍ତୁ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+