ଜାନୁଆରୀ ୩ରୁ ୟୁଜିସି ନେଟ୍, ଏନଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
UGC NET 2025: ବିଶ୍ବ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନେଟ୍ ଡିସେମ୍ବର-୨୦୨୪ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି। ଜାନୁଆରୀ ୩ରୁ ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷା ୧୬ ତାରିଖ ଯାଏଁ ଚାଲିବ। ୮୫ ଟି ବିଷୟରେ ଏହି ପରୀକ୍ଷା ହେବ। କମ୍ପ୍ୟୁଟର ବେସଡ୍ ଟେଷ୍ଟ ମୋଡରେ ଏହି ପରୀକ୍ଷା ହେବ।

୨ଟି ସିପ୍ଟରେ ପରୀକ୍ଷା କରାଯିବ ବୋଲି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ସମସ୍ତ ସୂଚନା ଏନ୍ଟିଏ ୱେବ୍ସାଇଟ୍ www. ugcnet. nta.ac.in ରେ ରହିଛି । ପ୍ରକାଶିତ ସୂଚୀ ଅନୁଯାୟୀ, ପ୍ରଥମ ଦିନ ପବ୍ଲିକ୍ଆ ଡମିନିଷ୍ଟ୍ରେସନ୍, ଶିକ୍ଷା, ଅର୍ଥନୀତି, ଗ୍ରାମାଞ୍ଚଳ ଅର୍ଥନୀତି, ସମବାୟ, ଆପ୍ଲାଏଡ୍ ଅର୍ଥନୀତି, ବିକଶିତ ଅର୍ଥନୀତି, ବ୍ୟବସାୟ ଅର୍ଥନୀତି ବିଷୟରେ ପରୀକ୍ଷା ହେବ। ୬ରେ କମ୍ପ୍ୟୁଟର ସାଇନ୍ସ, ରାଜନୀତି ବିଜ୍ଞାନ ।
୭ରେ ବାଣିଜ୍ୟ ଓ ଇଂରାଜୀ । ୮ରେ ହିନ୍ଦୀ, ଯୋଗ, ସୋସିଆଲ୍ ୱାର୍କ, ସାନ୍ତାଳୀ, ୯ରେ ଓଡ଼ିଆ, ମ୍ୟାନେଜ୍ମେଣ୍ଟ, ଶାରିରୀକ ଶିକ୍ଷା, ସଂସ୍କୃତ, ଆୟୁର୍ବେଦ ବାୟୋଲୋଜି, ପ୍ରାକୃତିକ ବିପର୍ଯ୍ୟୟ, ୧୦ରେ ଇତିହାସ, ମନସ୍ତତ୍ୱ ବିଜ୍ଞାନ, ପପୁଲେସନ୍ ଷ୍ଟଡିଜ୍ ପରୀକ୍ଷା ଅଛି । ସେହିପରି ୧୫ରେ ସଂସ୍କୃତ, ସାମ୍ବାଦିକତା ଓ ଗଣଯୋଗାଯୋଗ, ପରିବେଶ ବିଜ୍ଞାନ ପରୀକ୍ଷା ହେବ । ୧୬ରେ ସାମାଜିକ ବିଜ୍ଞାନ, ଦର୍ଶନଶାସ୍ତ୍ର ପରୀକ୍ଷା ହେବ ।












Click it and Unblock the Notifications