ପରିବର୍ତ୍ତନ ହେଲା ୟୁଜିସି ନେଟ୍ ପରୀକ୍ଷା ତାରିଖ, ଏବେ ଏହି ତାରିଖରେ ହେବ ପରୀକ୍ଷା
ନୂଆଦିଲ୍ଲୀ: ୟୁଜିସି-ନେଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି । ଏବେ ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ରବିବାର ପରିବର୍ତ୍ତେ ଜୁନ ୧୮ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ । ୟୁଜିସି ମୁଖ୍ୟ ଜଗଦୀଶ କୁମାର ମାଇକ୍ରୋବ୍ଲଗିଂ ସାଇଟ୍ 'ଏକ୍ସ'ରେ ଏ ନେଇ ସୂଚନା ଦେଇଛନ୍ତି । ଜଗଦୀଶ କୁମାର ଆହୁରି ମଧ୍ୟ ଲେଖିଛନ୍ତି ଯେ ଏହି ପରୀକ୍ଷା ଓଏମଆର ମୋଡରେ ହେବ ।
ଖୁବଶୀଘ୍ର ଏ ନେଇ ଔପଚାରିକ ବିଜ୍ଞପ୍ତି ଜାରି କରାଯିବ । ଜୁନ୍ ୧୬ରେ ୟୁପିଏସସି-ପ୍ରିଲିମ୍ସ ପରୀକ୍ଷା ହେବାକୁ ଥିବାରୁ ଛାତ୍ରୀଛାତ୍ରମାନଙ୍କ ଅନୁରୋଧକ୍ରମେ ୟୁଜିସି ନେଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି । ଜୁନିୟର ରିସର୍ଚ୍ଚ ଫେଲୋସିପ ଏବଂ ଦେଶର ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ସହକାରୀ ପ୍ରଫେସର ପଦରେ ନିଯୁକ୍ତି ପାଇଁ ୟୁଜିସି ନେଟ୍ ପରୀକ୍ଷା କରାଯାଏ । ଏହା ବ୍ୟତୀତ ପ୍ରାର୍ଥୀମାନେ ମଧ୍ୟ ଏହି ପରୀକ୍ଷା ମାଧ୍ୟମରେ ପିଏଚଡିରେ ଆଡମିଶନ ପାଇପାରିବେ ।

ସୂଚନାଯୋଗ୍ୟ, ୟୁଜିସି ନେଟ୍ ପରୀକ୍ଷା ଜୁନ୍ ୧୬ରେ ହେବାର ଥିଲା । କିନ୍ତୁ ଏହା ବର୍ତ୍ତମାନ ୧୮ଜୁନ ୨୦୨୪ରେ ଅନୁଷ୍ଠିତ ହେବ । ୟୁଜିସି ନିଟ୍ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ପରୀକ୍ଷା ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ ସାଇଟ ପରିଦର୍ଶନ କରି ଆବେଦନ କରିପାରିବେ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications