World Cup 2023: ଏହି ରାଜ୍ୟର କ୍ରୀଡ଼ାମନ୍ତ୍ରୀଙ୍କୁ ମିଳିଲାନି ବିଶ୍ୱକପ୍ ଫାଇନାଲ୍ ଟିକେଟ୍

World Cup 2023: ଆସନ୍ତାକାଲି ଭାରତ ଏବଂ ଅଷ୍ଟ୍ରେଲିଆ ବିଶ୍ୱକପ୍ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ । ଯେଉଁଥି ପାଇଁ ଏବେ ସାରା ଦେଶରେ ଉତ୍ସାହର ମାହୋଲ । ଗୋଟେ ପଟେ ଦୁଇ ଦଳ କାଲିର ମ୍ୟାଚ୍ ପାଇଁ ନିଜ ନିଜ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିବାବେଳେ ଅନ୍ୟପଟେ ମ୍ୟାଚ୍ ଦେଖିବା ପାଇଁ କ୍ରିକେଟପ୍ରେମୀଙ୍କୁ ନାହିଁନଥିବା ପରିଶ୍ରମ କରିବାକୁ ପଡୁଛି ।

Udhayanidhi Stalin

ଉଭୟ ଦଳର ପ୍ରଶଂସକମାନେ ଫାଇନାଲ ମ୍ୟାଚ୍ ପାଇଁ ଟିକେଟ୍ କିଣୁଛନ୍ତି ଏବଂ ଅହମ୍ମଦାବାଦରେ କ୍ରିକେଟ୍ ପ୍ରେମୀଙ୍କ ଭିଡ଼ ବଢିବାରେ ଲାଗିଛି । ସେପଟେ ତାମିଲନାଡୁର କ୍ରୀଡା ମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କୁ ମ୍ୟାଚ ପାଇଁ ଟିକେଟ ମିଳିନଥିବା ଖବର ପ୍ରକାଶ ପାଇଛି ଏବଂ ଏଥିପାଇଁ ସେ ଖୁବ୍ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି ।

ବାସ୍ତବରେ ବିଶ୍ୱକପ୍‌ର ଅନ୍ତିମ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ହୋଇସାରିଛି ଏବଂ ବର୍ତ୍ତମାନ କୌଣସି ସିଟ୍ ଖାଲି ନାହିଁ । ଏଭଳି ପରିସ୍ଥିତିରେ ଉଦୟାନିଧି ଷ୍ଟାଲିନଙ୍କ ନାମ ମଧ୍ୟ ମ୍ୟାଚ ପାଇଁ ଟିକେଟ ପାଇ ନ ଥିବା ଲୋକଙ୍କ ମଧ୍ୟରେ ସାମିଲ ହୋଇଛି । ଶନିବାର ଗଣମାଧ୍ୟମକୁ ସୂଚନା ଦେଇ ଉଦୟାନିଧି ଷ୍ଟାଲିନ କହିଛନ୍ତି, 'ମ୍ୟାଚର ସମସ୍ତ ଟିକେଟ୍ ବିକ୍ରି ହୋଇସାରିଛି। ଏପରିକି ମୋତେ ମଧ୍ୟ ଫାଇନାଲ ମ୍ୟାଚ୍ ଦେଖିବା ପାଇଁ ଟିକେଟ୍ ମିଳିନାହିଁ । ଯଦି ମୋତେ ଟିକେଟ୍ ମିଳିଥାନ୍ତା, ମୁଁ ନିଶ୍ଚିତ ଭାବେ ଅହମ୍ମଦାବାଦ ଯାଇ ମ୍ୟାଚ୍ ଦେଖିଥାନ୍ତି ।

ସୂଚନାଥାଉ ଯେ, ସନାତନ ଧର୍ମକୁ ନେଇ ବିବାଦିୟ ବିବୃତ୍ତି ଦେଇ ଚର୍ଚ୍ଚାରେ ଥିଲେ ଷ୍ଟାଲିନ୍ । ଉଦୟାନିଧି ଷ୍ଟାଲିନ ସନାତନ ଧର୍ମକୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସହ ତୁଳନା କରିଥିଲେ ଏବଂ ଏହାକୁ କେବଳ ବିରୋଧ କରାଯିବା ଉଚିତ ନୁହେଁ ବରଂ ଏହାକୁ ମୂଳରୁ ଦୂର କରାଯିବା ଉଚିତ ବୋଲି କହିଥିଲେ। ଭାରତୀୟ ଜନତା ପାର୍ଟି ତଥା ହିନ୍ଦୁ ସଂଗଠନ ମଧ୍ୟ ଉଦୟାନିଧିଙ୍କ ଏହି ବିବୃତ୍ତିରୁ ବିରୋଧ କରିଥିଲେ ।

ସୂଚନାଯୋଗ୍ୟ ଯେ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି ଏବଂ ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଅଷ୍ଟ୍ରେଲିଆ ଦଳ ଫାଇନାଲରେ ପ୍ରବେଶ କରିଛି। ରବିବାର ଦିନ ଗୁଜୁରାଟର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦୁଇ ଦଳ ଖେଳିବାକୁ ଯାଉଛନ୍ତି ଦମଦାର୍ ମ୍ୟାଚ୍ ।

20 ବର୍ଷ ପରେ ବିଶ୍ୱକପ ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବାକୁ ଯାଉଛନ୍ତି । 2003 ମସିହାରେ, ବିଶ୍ୱକପ୍ ର ଅନ୍ତିମ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ଭାରତକୁ 125 ରନରେ ପରାସ୍ତ କରି ବିଶ୍ୱ ଚାମ୍ପିୟନ ହେବାର ସ୍ୱପ୍ନକୁ ଭାଙ୍ଗି ଦେଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+