ଫଡନାଭିସଙ୍କ ଉପରେ ବଡ଼ ଆରୋପ ଲଗାଇଲେ ଉଦ୍ଧବ, କହିଲେ ସେ ରହିବେ ନଚେତ୍‌....

ମୁମ୍ବାଇ: ଆସନ୍ତା କିଛି ମାସ ମଧ୍ୟରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଆଉ ନିର୍ବାଚନ ଲାଗି ରାଜ୍ୟରେ ଏବେ ଠୁ ମାହୋଲ ହେଲାଣି ଫୁଲ ସରଗରମ । ଏହା ସହ ରାଜ୍ୟର ସମସ୍ତ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନି, କିନ୍ତୁ ମହାରାଷ୍ଟ୍ରର ଗ୍ରାଉଣ୍ଡ ଜିରୋରେ ନିର୍ବାଚନୀ ହାୱା ଧୀରେ ଧୀରେ ବହିବାକୁ ଆରମ୍ଭ କରିଛି ।

ବିଧାନସଭା ନିର୍ବାଚନ ଲାଗି ରାଜନୈତିକ ମାହୋଲ ଉଷ୍ମ ଥିବା ବେଳେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁମ୍ବାଇରେ ଏକ ବଡ଼ ବୈଠକରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଖୋଲାଖୋଲି ଭାବେ ଟାର୍ଗେଟ କରିଛନ୍ତି । ମୁମ୍ବାଇର ଏକ ପଦାଧିକାରୀ ବୈଠକରେ ଠାକରେ ଏହି ଟାର୍ଗେଟ କରିଛନ୍ତି ।

uddhav thackeray

ସେ କହିଛନ୍ତି, ଭାରତୀୟ ଜନତା ପାର୍ଟି ଆରମ୍ଭରୁ ବିଭାଜନ ରାଜନୀତି କରିଆସୁଛି । ଆଜି ମୁଁ ଏହି ପ୍ଲାଟଫର୍ମରୁ ଘୋଷଣା କରିଛି ଯେ ଯିଏ ଯିବାକୁ ଚାହୁଁଛି ସେ ବର୍ତ୍ତମାନ ଯିବା ଉଚିତ । ଆଜି ପର୍ଯ୍ୟନ୍ତ ଆମେ ଏତେ ସହ୍ୟ କରିଛୁ ଏବଂ ସେମାନଙ୍କ ଅତ୍ୟାଚାର ସତ୍ତ୍ୱେ ଦୃଢ ରହିଛୁ । ବର୍ତ୍ତମାନ ସେମାନେ ରହିବେ ନ ହେଲେ ଆମେ ରହିବୁ । ଉଦ୍ଧବ ଠାକରେ ଆହୁରି କହିଛନ୍ତି, ଦେବେନ୍ଦ୍ର ଫଡନାଭିସ ରାଜନୀତି କରୁଥିବାବେଳେ ମୋତେ ଏବଂ ଆଦିତ୍ୟଙ୍କୁ ଜେଲରେ ରଖିବାକୁ ପ୍ରସ୍ତୁତି କରିଥିଲେ ।

ଆଜି ମୁଁ ଘୋଷଣା କରୁଛି ଯେ ବର୍ତ୍ତମାନ ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରରେ ରହିବେ କିମ୍ବା ଆମେ ରହିବୁ । ବୁଧବାର ମୁମ୍ବାଇର ରଙ୍ଗଶର୍ଦା ଅଡିଟୋରିୟମରେ ଆୟୋଜିତ ଏକ ବୈଠକରେ ଠାକରେ ଏପରି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+