ମମତା- ନୀତୀଶଙ୍କ ପରେ 'ଇଣ୍ତିଆ' ମେଣ୍ଟର ସାଥ୍ ଛାଡି ପାରନ୍ତି ଉଦ୍ଧବ ଠାକରେ
Uddhav Thackeray: ଆଗକୁ ରହିଛି ଲୋକସଭା ନିର୍ବାଚନ 2024 । ଯେଉଁଥି ପାଇଁ ସମସ୍ତ ରାଜନୈତୀକ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ହେଲେ ବିରୋଧୀଙ୍କ ମେଣ୍ଟ 'ଇଣ୍ତିଆ'କୁ ଆଉ ଏକ ଝଟକା ଲାଗିବା ପାଇଁ ଯାଉଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ନୀତୀଶ କୁମାରଙ୍କ ପରେ ଏବେ ଉଦ୍ଧବ ଠାକରେ ଇଣ୍ତିଆ ଆଲାଆଏନ୍ସ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ ଦଳ ମଧ୍ୟରେ ସିଟକୁ ମତଭେଦ ଏବଂ ଆଲୋଚନାରେ ବିଳମ୍ବ ହେଉଥିବା ନେଇ ଉଦ୍ଧବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ଏକା ନିର୍ବାଚନା ଲଢିବା ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ହେଲେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
ମୁମ୍ବାଇ ସାଉଥ, ମୁମ୍ବାଇ ସାଉଥ ସେଣ୍ଟ୍ରାଲ, ମୁମ୍ବାଇ ନର୍ଥ ଓ୍ୱେଷ୍ଟ ଓ ମୁମ୍ବାଇ ନର୍ଥ ଇଷ୍ଟ ଲୋକସଭା ଆସନରେ ଶିବସେନା ନିଜର ନିର୍ବାଚନୀ ସଂଯୋଜକ ନିଯୁକ୍ତ କରିସାରିଛି । ଯାହା ପରେ ଏହା ସ୍ପଷ୍ଟ ହୋଇଛି ଯେ, କଂଗ୍ରେସ ଓ ଶରଦ ପାଓ୍ୱାର ଗୋଷ୍ଠିଙ୍କୁ ମୁମ୍ବାଇରେ କେବଳ ୨ଟି ଆସନ ଦେବାକୁ ଉଦ୍ଧବ ଠାକରେ ନିଶ୍ଚିତ କରିଛନ୍ତି । ଯାହାକୁ ନେଇ ଇଣ୍ତିଆ ମେଣ୍ଟରେ ଚହଳ ସୃଷ୍ଟି ହୋଇଛି । ଫେବ୍ରୁଆରୀ ୨ରେ ସିଟ୍ ଭାଗବଣ୍ଟାକୁ ନେଇ ଶେଷ ବୈଠକ ହୋଇଥିଲା ।












Click it and Unblock the Notifications