୨୪ ପରାଜୟ ପରେ ପ୍ରଥମଥର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉଦ୍ଧବ
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ମହାୟୁତି ବଡ଼ ବିଜୟ ହସଲ କରିଛି । ଆଉ ବିରୋଧୀ ବଡ଼ ପରାଜୟର ସମ୍ମୁଖୀନ୍ନ ହୋଇଛନ୍ତି । ଆଉ ବିଶେଷ କରି ପରାଜୟ ପରେ ଉଦ୍ଧବ ଠାକରେଙ୍କ ଶିବସେନା ଇଭିଏମ ଉପରେ ପ୍ରଶ୍ନ ଉଠାଇବାରେ ଲାଗିଛି। କିନ୍ତୁ ଏସବୁ ଭିତରେ ପ୍ରଥମଥର ପାଇଁ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡ଼ନାଭିସଙ୍କୁ ନାଗପୁରରେ ଭେଟିଛନ୍ତି। ନିର୍ବାଚନରେ ବିଜେପିର ବଡ଼ ବିଜୟ ହୋଇଥିବାରୁ ଉଦ୍ଧବ ଠାକରେ ଶୁଭେଚ୍ଛା ଜଣାଇବା ପାଇଁ ଫଡ଼ନାଭିସଙ୍କୁ ଭେଟିଥିବା ଜଣାପଡ଼ିଛି।
ଉଦ୍ଧବ ଠାକରେଙ୍କ ପୁଅ ତଥା ଶିବସେନା(ଉଦ୍ଧବ ବାଲାସାହେବ ଠାକରେ) ଆଦିତ୍ୟ ଠାକରେଙ୍କ ମଧ୍ୟ ବାପାଙ୍କ ସହ ଏହି ବୈଠକରେ ଉପସ୍ଥିତ ରହିଥିଲେ। ମହାରାଷ୍ଟ୍ରର ସ୍ୱାର୍ଥ ପାଇଁ ଏକାଠି କାମ କରିବା ଉଦ୍ଦେଶ୍ୟରେ ଏପରି ଭେଟଘାଟ ହୋଇଥିବା ଆଦିତ୍ୟ କହିଛନ୍ତି। ଆଦିତ୍ୟ ଠାକରେ କହିଛନ୍ତି, "ଆଜି ଆମ ଦଳର ମୁଖିଆ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଫଡ଼ନାଭିସ ଓ ବିଧାନସଭା ବାଚସ୍ପତି ରାହୁଲ ନରୱେକରଙ୍କୁ ଭେଟିଛନ୍ତି। ଆମେ ଯାହା ବି କରିଛୁ, ତାହା ଆଗକୁ ଗୋଟିଏ ପାଦ ବଢ଼ାଇବା ସହ ସମାନ।

ଉଭୟ ପକ୍ଷ ରାଜନୀତିକ ବଳିଷ୍ଠତା ଦେଖାଇବା ସହ ଏକାଠି ମହାରାଷ୍ଟ୍ରର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ଦରକାର। ଆମେ ବିରୋଧୀ ପକ୍ଷରେ ରହିଛୁ ଓ ସେମାନେ ଶାସକ ଦଳରେ ଅଛନ୍ତି। କିନ୍ତୁ ଆମେ ସମସ୍ତେ ଲୋକଙ୍କ ପ୍ରତିନିଧି। ସେମାନେ(ଶାସକ ଦଳ) ମଧ୍ୟ ଆମକୁ ଶୁଣିବା ଉଚିତ ବୋଲି ସେ କହିଛନ୍ତି ।












Click it and Unblock the Notifications