ପୂର୍ବତନ ସିଜେଆଇଙ୍କୁ ଉଦ୍ଧବଙ୍କ ଟାର୍ଗେଟ, କହିଲେ...
ନୂଆଦିଲ୍ଲୀ : ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଡି ଓ୍ବାଇ ଚନ୍ଦଚୂଡଙ୍କୁ ଟାର୍ଗେଟ କରିଛନ୍ତି। ଏକ ଜାତୀୟ ଗରମାଧ୍ୟମକୁ ସାକ୍ଷାତକାର ଦେଇ ସେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଚନ୍ଦ୍ରଚୂଡଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଚନ୍ଦ୍ରଚୂଡ ନ୍ୟାୟ ଦେବା ପରିବର୍ତ୍ତେ ଅଧିକ ବୟାନବାଜି କରୁଥିଲେ। ଉଦ୍ଧବଙ୍କ ଏହି ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ଶିବସେନା(ୟୁବିଟି)ର ମୁଖ୍ୟ ଉଦ୍ଧବ ଠାକରେ ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ ନିକଟରେ ଅବସର ଗ୍ରହଣ କରିଥିବା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୁଡଙ୍କ ଉପରେ ବର୍ଷିଛନ୍ତି । "ଶିବସେନା ଦଳ ଛାଡି ଥିବା ବିଧାୟକମାନଙ୍କ ସଦସ୍ୟତା ରଦ୍ଦ ସମ୍ପର୍କରେ ଉପଯୁକ୍ତ ରାୟ ନଦେଇ ଚାଲିଯିବା ଆଦୌ ଗ୍ରହଣୀୟ ନୁହେଁ ।

ଚନ୍ଦ୍ରଚୂଡ଼ ଆଇନ ପଢାଉଥିବା ଜଣେ ଭଲ ପ୍ରଧ୍ୟାପକ ହେଇପାରନ୍ତି ହେଲେ ସେ ଜଣେ ଭଲ ବିଚାରପତି ନୁହନ୍ତି । ସେ ଜଣେ ବିଚାରପତି ଅପେକ୍ଷା ଜଣେ ଭଲ ଭାଷ୍ୟକାର ଥିଲେ ବୋଲି ଉଦ୍ଧବ ଠାକରେ କହିଛନ୍ତି । "ସଂପ୍ରତି ଭାରତରେ ଶାସନ କରୁଥିବା ବିଜେପି ଦଳର ଶୀର୍ଷ ନେତୃତ୍ବ ବଡ ଚତୁର ।
ସେମାନେ ସମସ୍ତଙ୍କୁ ବ୍ୟବହାର କରିଲା ପରେ ଫିଙ୍ଗି ଦିଅନ୍ତି କିନ୍ତୁ କଂଗ୍ରେସ ଦଳର ନେତୃତ୍ବ ଅତ୍ୟନ୍ତ ସମ୍ମାନଜନକ ଓ ସହମତିଭିତ୍ତିକ ଅଟେ । କଂଗ୍ରେସ ଦଳ ବର୍ତ୍ତମାନ ଶାସନରେ ନାହିଁ, ଆପଣ ମାନେ ମଧ୍ୟ ବିଚାରକୁ ନେଇପାରନ୍ତି କେଉଁ ଦଳ ପାଖରେ ମଣିଷ ପଣିଆ ଅଛି " ବୋଲି ଉଦ୍ଧବ କହିଛନ୍ତି । ବିଜେପି ଦଳର ବିଧାୟକ ଦେବେନ୍ଦ୍ର ଫଡନାଭିସ୍ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ମହାରାଷ୍ଟ୍ର ଶେଷ ବୋଲି ସେ କହିଛନ୍ତି ।
ଆଦାନୀ-ଧାରାବି ପ୍ରୋଜେକ୍ଟ ସମ୍ପର୍କରେ ଆଲୋଚନା କରି ସେ କହିଛନ୍ତି "ଯେଉଁଭଳି ଭାବେ ମୁମ୍ବାଇ ଇଂରେଜଙ୍କୁ ଯୌତୁକ ସୁତ୍ରରେ ମିଳିଥିଲା ଠିକ ସେଭଳି ମୁମ୍ବାଇକୁ ଆଦାନୀଙ୍କ ହାତକୁ ଟେକି ଦେବା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ଲୋକମାନେ ସରକାରକୁ ବାଛିଥିଲେ, ଆଦାନୀଙ୍କୁ ନୁହେଁ । ମୁଁ ମୁଖ୍ୟମନ୍ତ୍ରୀ ଥିବାବେଳେ ବି ଆଦାନୀଙ୍କୁ ଭେଟିଥିଲି କିନ୍ତୁ ଧାରାବିକୁ ନେଇ କୈଣସି ଆଲୋଚନା ହୋଇ ନ ଥିଲା। ମୋ ସରକାରରେ ଏହା ଆଦୌ ସମ୍ଭବପର ନଥିଲା ।"












Click it and Unblock the Notifications