BMC ନିର୍ବାଚନରେ ଏକାଠି ଲଢ଼ିବାକୁ ଉଦ୍ଧବ ଓ ରାଜ୍ ଠାକ୍ରେଙ୍କ ଘୋଷଣା
ଏକାଠି ହେବେ ଠାକରେ ବ୍ରଦର୍ସ । ଦୀର୍ଘ ୨୦ ବର୍ଷ ପରେ ଦୁଇ ଭାଇ ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି । ଦୁଇ ଭାଇଙ୍କ ଦୁଇ ଦଳ ଏବେ ମେଣ୍ଟ ଗଠନ କରି ନିର୍ବାଚନ ଲଢ଼ିବାକୁ ମନ ସ୍ଥିର କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ରର ସ୍ଥାନୀୟ ନିର୍ବାଚନରେ ଶୋଚନୀୟ ପରାଜୟ ପରେ, ବିରୋଧୀ ଦଳଗୁଡ଼ିକ ବିଏମସି ନିର୍ବାଚନରେ ସକ୍ରିୟ ହୋଇ ଉଠିଛନ୍ତି । ଆଉ ଏହାସହିତ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ଏବଂ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା ବିଏମସି ସମେତ ମହାରାଷ୍ଟ୍ରର ୨୯ଟି ନଗର ନିଗମରେ ଏକାଠି ହୋଇ ନିର୍ବାଚନ ଲଢ଼ିବାକୁ ମନ ସ୍ଥିର କରିଛନ୍ତି ।

ଆପଣ ଭଲ ଭାବେ ଜାଣିଥିବେ ଯେ, ଉଭୟ ଭାଇ ୨୦ ବର୍ଷ ପରେ ଏକାଠି ହେଉଛନ୍ତି । ଦୁଇ ଦଳ ଭିତରେ ଆସନ ବୁଝାମଣା ନେଇ କଥା ଛିଣ୍ଡିଛି । ତେବେ ଶିବସେନା (UBT) ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଶିବତୀର୍ଥରେ ରାଜ ଠାକରେଙ୍କୁ ଭେଟିଥିଲେ । ଏହାପରେ, ରାଜ ଠାକରେଙ୍କ ଦଳର ନେତାମାନେ ମଧ୍ୟ ବିଳମ୍ବିତ ସନ୍ଧ୍ୟାରେ ମାତୋଶ୍ରୀରେ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ।












Click it and Unblock the Notifications