ୟୁନିଫର୍ମ ସିଭିଲ କୋଡ ପ୍ରୟୋଗ କରିବା, ଆର୍ଟିକିଲ ୩୭୦ ପ୍ରତ୍ୟାହାର କରିବା ପରି ସହଜ ନୁହେଁ: ଗୁଲାମ ନବୀ ଆଜାଦ
ୟୁନିଫର୍ମ ସିଭିଲ କୋଡ଼କୁ ନେଇ ମତ ରଖିଛନ୍ତି ଗୁଲାମ ନବୀ ଆଜାଦ। ସେ କହିଛନ୍ତି ଯେ, ୟୁନିଫର୍ମ ସିଭିଲ କୋଡ ପ୍ରୟୋଗ କରିବା, ଆର୍ଟିକିଲ ୩୭୦ ପ୍ରତ୍ୟାହାର କରିବା ପରି ସହଜ ନୁହେଁ। ଏହା ସମସ୍ତ ଧର୍ମ ଉପରେ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି।

କିଛି ଦିନ ତଳେ ଜଣାଶୁଣା ଅର୍ଥନୀତିଜ୍ଞ ତଥା ନୋବେଲ ପୁରସ୍କାର ପ୍ରାପ୍ତ ଅମର୍ତ୍ତ୍ୟ ସେନ୍ ଏହାକୁ ନେଇ ଏକ ବଡ଼ ଟିପ୍ପଣୀ କରିଥିଲେ । ଏହି ପଦକ୍ଷେକୁ ମୁର୍ଖତାପୂର୍ଣ୍ଣ କହିବା ସହ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିବା ଚେଷ୍ଟା ନିନ୍ଦନୀୟ ବୋଲି କହିଥିଲେ। ଏହି ପ୍ରୟାସ ନିଶ୍ଚିତ ଭାବରେ 'ହିନ୍ଦୁ ରାଷ୍ଟ୍ର' ର ଚିନ୍ତାଧାରା ସହ ଜଡିତ, ଯାହାକି ମୁର୍ଖତାପୂର୍ଣ୍ଣ ବୋଲି ସେ କହିଥିଲେ।
ତେବେ ୟୁନିଫର୍ମ ସିଭିଲ କୋଡ଼ ଲାଗୁ ହେଲେ ସବୁ ଧର୍ମ ସମାନ ବୋଲି ସମ୍ବିଧାନରେ ରହିଥିବା ମୌଳିକ ନୀତିକୁ ଏହା ଅଧିକ ସୁଦୃଢ କରିବ । ଏହା ସମ୍ବିଧାନରେ ଉଲ୍ଲେଖ ଥିବା ସର୍ବ ଧର୍ମ ସମନ୍ଵୟ ନୀତିକୁ ଅଧିକ ପ୍ରାମାଣିକ ତଥା ବାସ୍ତବିକ ସ୍ୱରୂପ ଦେବା ନିମନ୍ତେ ଏକ ଅମୋଘ ଆଇନ ସାବ୍ୟସ୍ତ ହେବ । ମହିଳା ମାନଙ୍କୁ ବିବାହ, ଛାଡପତ୍ର, ଉତ୍ତରାଧିକାରୀ, ପୋଷ୍ୟ ସନ୍ତାନ ଗ୍ରହଣ ଇତ୍ୟାଦି କ୍ଷେତ୍ରରେ ଧାର୍ମିକ ଜଟିଳତା ଯୋଗୁଁ ରହିଥିବା ସମସ୍ୟାରୁ ମୁକ୍ତି ଦେବା ସହିତ ଅଧିକ ସାମାଜିକ ସୁରକ୍ଷା ପ୍ରଦାନ କରିବ ।
ନାଗରିକମାନେ ଦେଇପାରିବେ ନିଜର ମତାମତ:
ଦେଶର ଲ' କମିଶନଦ୍ଵାରା ଏହି ପ୍ରସ୍ତାବିତ ବିଧେୟକ ଉପରେ ମତାମତ ଜଣାଇବା ପାଇଁ ଭାରତୀୟ ନାଗରିକଙ୍କୁ ଆହ୍ଵାନ କରାଯାଇଛି । ଜୁଲାଇ ମାସ ୧୪ ତାରିଖ ପର୍ଯ୍ୟନ୍ତ ଏହା ଉପରେ ମତାମତ ପ୍ରଦାନ କରିବା ପାଇଁ କମିଶନ ପକ୍ଷରୁ ସୁଯୋଗ ପ୍ରଦାନ କରାଯିବ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications