ଆଜି ଭାରତ ଗସ୍ତରେ ଆସୁଛନ୍ତି ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍, ପ୍ରଧାନମନ୍ତ୍ରୀ କରିଥିଲେ ନିମନ୍ତ୍ରଣ

ଦୁଇ ରାଷ୍ଟ୍ର ମଧ୍ୟରେ ରଣନୈତିକ ସହଭାଗୀତା ବୃଦ୍ଧି କରିବା ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନ୍ ଜାନୁଆରି ୧୯ ଅର୍ଥାତ ଆଜି ଭାରତ ଗସ୍ତରେ ଆସୁଛନ୍ତି । ଭାରତ ସରକାର କହିଛନ୍ତି, ଯେ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ନାହୟାନ୍ ଭାରତ ଗସ୍ତରେ ଆସୁଛନ୍ତି । ଇରାନ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିବାବେଳେ ଗାଜାରେ ଅସ୍ଥିରତା ଜାରି ରହିଛି । ସେହିପରି ୟେମେନରେ ଆଞ୍ଚଳିକ ଉତ୍ତେଜନା ସଙ୍କଟ ସୃଷ୍ଟି କରିଛି । ଏହାଯୋଗୁ ମଧ୍ୟପ୍ରାଚ୍ୟରେ ଅନିଶ୍ଚିତତା ବୃଦ୍ଧି ପାଇଛି ।

UAE President

ଏହି ସମୟରେ ୟୁଏଇ ରାଷ୍ଟ୍ରପତିଙ୍କ ଗୁରୁତ୍ବପୂର୍ଣ୍ଣ ଗସ୍ତକ୍ରମ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ, ୟୁଏଇ ରାଷ୍ଟ୍ରପତି ଭାରତକୁ ଏକ ସରକାରୀ ଗସ୍ତରେ ଆସୁଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି । ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଅଲ୍ ନାହୟାନ୍‌ଙ୍କର ତୃତୀୟ ସରକାରୀ ଭାରତ ଗସ୍ତ ଓ ଗତ ଦଶନ୍ଧି ମଧ୍ୟରେ ତାଙ୍କର ପଞ୍ଚମ ଗସ୍ତ ହେବ। ଭାରତୀୟ ନେତୃତ୍ୱଙ୍କ ସହ ଆଲୋଚନାରେ ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା ଶିଳ୍ପ ସହଯୋଗ ଓ ଶକ୍ତି କ୍ଷେତ୍ର ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଆଶା କରାଯାଉଛି। ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି । ଭାରତ ଓ ୟୁଏଇ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ ଦେଖିଛନ୍ତି ।

ବିଶେଷକରି ୨୦୨୨ ମସିହାରେ ଏକ ବ୍ୟାପକ ଅର୍ଥନୈତିକ ସହଭାଗୀତା ଚୁକ୍ତିନାମା ସ୍ୱାକ୍ଷର କରିବା ପରେ ବାଣିଜ୍ୟ ଓ ନିବେଶ ବୃଦ୍ଧି ହୋଇପାରିଛି । ବୈଦେଶିକ ମନ୍ତ୍ରଣାଳୟ କହିଛି, ଏହି ଗସ୍ତ ଗତ ଦୁଇ ବର୍ଷ ମଧ୍ୟରେ ୟୁଏଇର ବରିଷ୍ଠ ନେତାମାନଙ୍କ ଭାରତ ଯାତ୍ରା ସମେତ ସମ୍ପ୍ରତି ଉଚ୍ଚସ୍ତରୀୟ ଆଦାନପ୍ରଦାନ ଦ୍ୱାରା ସୃଷ୍ଟି ହୋଇଥିବା ଗତି ଉପରେ ଆଧାରିତ । ଭାରତ ଓ ୟୁଏଇ ମଧ୍ୟରେ ଉଷ୍ମ, ଘନିଷ୍ଠ ଏବଂ ବହୁମୁଖୀ ସମ୍ପର୍କ ରହିଛି । ଯାହା ସୁଦୃଢ଼ ରାଜନୈତିକ, ସାଂସ୍କୃତିକ ଓ ଆର୍ଥିକ ସମ୍ପର୍କ ଦ୍ୱାରା ପ୍ରତିଷ୍ଠିତ। ଦୁଇ ଦେଶ ପରସ୍ପରର ଶ୍ରେଷ୍ଠ ବାଣିଜ୍ୟ ଏବଂ ନିବେଶ ଅଂଶୀଦାରମାନଙ୍କ ମଧ୍ୟରୁ ଅନ୍ୟତମ । ଯାହା ବ୍ୟାପକ ଅର୍ଥନୈତିକ ସହଭାଗୀତା ଚୁକ୍ତିନାମା,ସ୍ଥାନୀୟ ମୁଦ୍ରା ସମାଧାନ ବ୍ୟବସ୍ଥା ଓ ଏକ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା ଭଳି ବ୍ୟବସ୍ଥାକୁ ବିକଶିତ କରୁଛି । ଭାରତ ଓ ୟୁଏଇ ମଧ୍ୟ ଏକ ଦୃଢ଼ ଶକ୍ତି ସହଭାଗୀତା ବଜାୟ ରଖିଛନ୍ତି। ଯେଉଁଥିରେ ଦୀର୍ଘକାଳୀନ ଶକ୍ତି ଯୋଗାଣ ବ୍ୟବସ୍ଥା ଅନ୍ତର୍ଭୁକ୍ତ ରହିଛି । ଭାରତର ଶକ୍ତି ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ମନ୍ତ୍ରଣାଳୟ କହିଛି, ଏହି ଗସ୍ତ ଦୁଇ ନେତାଙ୍କୁ ଭାରତ-ୟୁଏଇ ବ୍ୟାପକ ରଣନୈତିକ ସହଭାଗୀତା ପାଇଁ ନୂତନ ସୀମା ପ୍ରସ୍ତୁତ କରିବାର ସୁଯୋଗ ପ୍ରଦାନ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+