ଭାରତ-ୟୁଏଇ ମଧ୍ୟରେ ସ୍ୱାକ୍ଷରିତ ହେଲା ୫ ଚୁକ୍ତିନାମା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆବୁଧାବୀର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲିଦ୍ ବିନ୍ ମହମ୍ମଦ ବିନ୍ ଜାୟଦ ଅଲ୍ ନାହୟାନ୍‌ଙ୍କ ସହ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ପରେ ଦୁଇଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ୫ଟି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଉଭୟ ଦେଶ ପରମାଣୁ ଶକ୍ତି ଓ ପେଟ୍ରୋଲିୟମ ସମେତ ବିଭିନ୍ନ କ୍ଷେତ୍ରରେ ଏହି ବୁଝାମଣାପତ୍ରରେ ସ୍ୱାକ୍ଷରିତ କରିଛନ୍ତି ।

ଏମିରେଟ୍ସ ନ୍ୟୁକ୍ଲିୟର ଏନର୍ଜି କମ୍ପାନୀ ଏବଂ ନ୍ୟୁକ୍ଲିୟର ପାୱାର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ ମଧ୍ୟରେ ବାରାକା ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଅପରେସନ ଏବଂ ରକ୍ଷଣାବେକ୍ଷଣ ଉପରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି ସ୍ୱାକ୍ଷରିତ ହେବା ଫଳରେ ଆବୁଧାବି ନ୍ୟାସନାଲ ଅଏଲ କମ୍ପାନୀ ଏବଂ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ମଧ୍ୟରେ ଦୀର୍ଘମିଆଦୀ ଏଲ୍‌ଏନ୍‌ଜି ଯୋଗାଣ ହୋଇପାରିବ। ଉଭୟ ନେତା ବହୁମୁଖୀ ଭାରତ-ୟୁଏଇ ସମ୍ପର୍କରେ ରଣନୈତିକ ଭାଗିଦାରୀକୁ ବ୍ୟାପକ କରିବାକୁ ଆଲୋଚନା କରିଛନ୍ତି।

UAE Crown Prince s India Visit Day

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ଅପରାହ୍ନରେ ରାଷ୍ଟ୍ରପତି ଭବନରେ ଆବୁଧାବିର କ୍ରାଉନ ପ୍ରିନ୍ସଙ୍କୁ ଭେଟିଛନ୍ତି। ଏହି ଅବସରରେ ଭାରତ ଓ ୟୁଏଇ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ ସମ୍ପର୍କକୁ ସେ ପ୍ରଶଂସା କରିଛନ୍ତି । କ୍ରାଉନ ପ୍ରିନ୍ସ ରାଜଘାଟଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପରେ ସେଠାରେ ପ୍ରଥମ ଥର ପାଇଁ ଗୋଟିଏ ଦେଶର ତିନି ପିଢିର ନେତା ମହାତ୍ମା ଗାନ୍ଧୀଙ୍କ ପରମ୍ପରାକୁ ସମ୍ମାନ ଜଣାଇ ବୃକ୍ଷରୋପଣ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+