ଆମେରିକା ନିର୍ବାଚନରେ ସକ୍ରିୟ ଓଡ଼ିଆ ପୁଅ ସମୟ ସାହୁ, ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କ ପାଇଁ କରୁଛନ୍ତି ପ୍ରଚାର
ଆମେରିକା ରାଜନୀତିରେ ସକ୍ରିୟ ଓଡ଼ିଆ ପୁଅ ସମୟ ସାହୁ। ବର୍ତ୍ତମାନ ଡେମୋକ୍ରାଟିକ୍ ଦଳ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କ ପାଇଁ ପ୍ରଚାର କରୁଛନ୍ତି। ମାତ୍ର ୨୧ବର୍ଷ ବୟସରେ ପ୍ରଚାର ମଙ୍ଗ ଧରି ଦୃଢ଼ତାର ସହ ଡେମୋକ୍ରାଟିକ୍ ଦଳର ବାର୍ତ୍ତା ଜନତାଙ୍କ ସମ୍ମୁଖରେ ରଖୁଛନ୍ତି।

ସମୟ ମୟୂରଭଞ୍ଜ ଜିଲ୍ଲାର ମୂଳବାସିନ୍ଦା। ତେବେ ବାପା ମାନସ ସାହୁ କିଛି ବର୍ଷ ପାଇଁ ରାୟଗଡ଼ା ଜିଲ୍ଲାରେ ଚାକିରି କରିଥିଲେ। ଆମେରିକାରେ ଚାକିରି ପାଇବାରୁ ମାନସ ପରିବାର ସହ ଭାରତ ଛାଡ଼ିଥିଲେ। ବର୍ତ୍ତମାନ ପରିବାର ସହ ସମୟ ନ୍ୟୁ ହାମ୍ସାୟର ରାଜ୍ୟର ନାସୁଆ ସହରରେ ରହୁଛନ୍ତି। ୨୦୦୮ ମସିହାରେ ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ବାରାକ୍ ଓବାମାଙ୍କ ଭାଷଣରେ ପ୍ରଭାବିତ ହୋଇଥିଲେ ସମୟ। ପୁଅର ଏଭଳି ଆଗ୍ରହ ଦେଖି ଆମେରିକାର ଇତିହାସ ଏବଂ ରାଜନୀତି ବିଷୟରେ ଜାଣିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦେଇଥିଲେ ମାନସ। ତାଙ୍କ ନେତୃତ୍ବ ଦକ୍ଷତା ଏବଂ ଭାଷଣ ଶୈଳୀ ଦେଖି ଡେ ମୋକ୍ରାଟିକ୍ ପାର୍ଟି ମଧ୍ୟ ତାଙ୍କୁ ସୁଯୋଗ ଦେଇଥିଲା। ଯାହାଫଳରେ ୨୦୧୨ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଏବଂ ରାଲିରେ ଛାତ୍ର ଦଳର ନେତୃତ୍ବ ନେଇଥିଲେ ସମୟ। ୨୦୨୦ ମସିହାରେ ଦଳୀୟ ରାଜନୀତିରେ ପ୍ରବେଶ କରିଥିଲେ।
୨୦୨୨-୨୩ରେ ଡେମୋକାଟ୍ରିକ ପାର୍ଟି ପକ୍ଷରୁ ହାଇସ୍କୁଲ ଡେମୋକ୍ରାଟ୍ ଅଫ୍ ଆମେରିକାର ନ୍ୟାସନାଲ ଚେୟାରମ୍ୟାନ ଭାବେ ତାଙ୍କୁ ମନୋନୀତ କରାଗଲା। ଚଳିତବର୍ଷ ଆମେରିକାରେ ରାଷ୍ଟପ୍ରତି ନିର୍ବାଚନ ରହିଥିବାରୁ ଦଳ ତାଙ୍କୁ ପ୍ରାର୍ଥୀ କମଳା ହାରିସ୍ଙ୍କ ପ୍ରଚାର ମଙ୍ଗ ଧରିବାକୁ ଦାୟିତ୍ବ ଦେଇଛି। କମଳା ମଧ୍ୟ ସମୟଙ୍କ ସଂସ୍ପର୍ଶରେ ଆସିବା ପରେ ରାଜନୈତିକ ଜୀବନ ଓ ସାଂଗଠନିକ ଦକ୍ଷତା ବିଷୟରେ ଅବଗତ ହୋଇ ପ୍ରଶଂସା କରିଛନ୍ତି।
-
ଭାରତରେ ବଢ଼ିଲା ପେଟ୍ରୋଲ ଦାମ୍, ଆଜିଠାରୁ ପ୍ରତି ଲିଟର ପିଛା... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍












Click it and Unblock the Notifications