75 ତମ ସ୍ବାଧୀନତା ଦିବସ: ଦୁଇ ସପ୍ତାହ ଉତ୍ସବ ପାଳିବ ତେଲେଙ୍ଗାନା
ସ୍ବାଧିନତାର 75 ବର୍ଷ ଉପଲକ୍ଷେ ଶନିବାର ତେଲେଙ୍ଗାନା ସରକାର ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଏଥିରେ ସ୍ବାଧିନତା ଦିବସର 7 ଦିନ ପୂର୍ବରୁ ଏବଂ ସ୍ବାଧୀନତା ଦିବସ ପାଳନର 7 ଦିନ ପରେ ମଧ୍ୟ ଏହି ସେଲିବ୍ରେଶନ ଜାରି ରହିବ ।
ହାଇଦ୍ରାବାଦ: କେନ୍ଦ୍ର ସରକାର ଦେଶର ପତାକା ସଂହିତାରେ ବଡ଼ ପରିବର୍ତ୍ତନ କରିଛନ୍ତି । ଜାତୀୟ ପତାକା ଏଣିକି ଦିନରାତି 24 ଘଣ୍ଟା ଉଡ଼ିପାରିବ। ଏନେଇ ସମସ୍ତ କେନ୍ଦ୍ରୀୟ ମନ୍ତ୍ରାଳୟ ଏବଂ ବିଭାଗକୁ ଚିଠି ଲେଖିଛନ୍ତି ସ୍ବରାଷ୍ଟ୍ର ସଚିବ ଅଜୟ ଭଲ୍ଲା । ଦେଶ ସ୍ବାଧୀନ ହେବାର 75 ବର୍ଷ ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ପାଳନର ଏହା ଅଂଶବିଶେଷ । ସ୍ବାଧିନତାର 75 ବର୍ଷ ଉପଲକ୍ଷେ ଶନିବାର ତେଲେଙ୍ଗାନା ସରକାର ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଏଥିରେ ସ୍ବାଧିନତା ଦିବସର 7 ଦିନ ପୂର୍ବରୁ ଏବଂ ସ୍ବାଧୀନତା ଦିବସ ପାଳନର 7 ଦିନ ପରେ ମଧ୍ୟ ଏହି ସେଲିବ୍ରେଶନ ଜାରି ରହିବ । "ଇଣ୍ଡିଆନ ଇଣ୍ଡିପେଣ୍ଡେନ୍ସ ଡାଇମଣ୍ଡ ପଖୱାଡା" କାର୍ଯ୍ୟକ୍ରମର ଆୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି, "ବର୍ତ୍ତମାନର ଯୁବପିଢ଼ିଙ୍କୁ ଦେଶ ତଥା ତେଲେଙ୍ଗାନାର ସଂଘର୍ଷ, ବଳିଦାନ, ଜାତୀୟ ନେତା ଏବଂ ବୀର ଶହୀଦଙ୍କ ବିଷୟରେ ଜାଣିବା ଆବଶ୍ୟକ ରହିଛି । ସ୍ବାଧୀନତାର 75 ବର୍ଷ ମଧ୍ୟରେ ସ୍ବତନ୍ତ୍ର ଭାରତ ଅନେକ ସଫଳତା ହାସଲ କରିଛି । ବିଶ୍ବରେ ସର୍ବବୃହତ ଗଣତନ୍ତ୍ର ଦେଶ ଭାରତ ।
ଦେଶର ସ୍ବାଧୀନତା ସଂଗ୍ରାମୀ ଓ ସମ୍ବିଧାନ ନିର୍ମାତାଙ୍କ ଦ୍ବାରା ବିକଶିତ ହୋଇଥିବା ଗଣତନ୍ତ୍ର, ଧର୍ମନିରପେକ୍ଷତା ଏବଂ ସଂଘବାଦକୁ ସୁରକ୍ଷା ଦେବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ଦାୟିତ୍ବ ଅଟେ । ଭାରତ ବିଭିନ୍ନ ସଂସ୍କୃତି, ଭାଷା, ଧର୍ମ, ରୀତିନୀତି, ପରମ୍ପରା ସହିତ ବିବିଧତା ମଧ୍ୟରେ ଏକତା ବଜାୟ ରଖିଛି । ବିଶ୍ବସ୍ତରରେ ଭାରତର ଏକ ଅନନ୍ୟ ସାଂସ୍କୃତିକ ଶୈଳୀ ରହିଛି ।
ଉତ୍ସବର ଏକ ଅଂଶ ଭାବରେ ପ୍ରତ୍ୟେକ ଘରର ଛାତ ଉପରେ ପତାକା ଉତ୍ତୋଳନ ହେବ । ଏନେଇ 1.20 କୋଟି ଜାତୀୟ ପତାକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସମସ୍ତ ସରକାରୀ ଯାନରେ ପତାକା ମଧ୍ୟ ରହିବ । ପତାକା ପାଇଁ ଗାଡୱାଲ, ନାରାୟଣପେଟ, ଭୋଙ୍ଗିର ଏବଂ ୱାରଙ୍ଗଲର ପାୱାର ଲୁମ୍ କର୍ମୀମାନେ ନିୟୋଜିତ ରହିବେ। ପ୍ରତ୍ୟେକ ସରକାରୀ କୋଠା ଉପରେ ପତାକାଗୁଡ଼ିକୁ ମୁଖ୍ୟତଃ ଉତ୍ତୋଳନ କରାଯିବା ଉଚିତ୍ । ଏହି ଅବସରରେ ସମସ୍ତ ଶିକ୍ଷା ଅନୁଷ୍ଠାନରେ ବିଭିନ୍ନ ପ୍ରକାର ପ୍ରତିଯୋଗୀତା ମାନର ଆୟୋଜନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications