ମାଓବାଦୀଙ୍କ ବର୍ବର କାଣ୍ଡ, ୨ ଗ୍ରାମବାସୀଙ୍କୁ କଲେ ହତ୍ୟା
ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମାଓବାଦୀ ହିଂସା ଘଟିଛି। ପୁଲିସ ସୂଚନାଦାତା ସନ୍ଦେହରେ ମାଓବାଦୀମାନେ ୨ ଜଣଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ଛତିଶଗଡ଼ରେ ମାଓବାଦୀ ଦମନ ଅଭିଯାନକୁ ଜୋରଦାର କରାଯିବା ପରେ ଲାଲବାହିନୀ ଧୀରେ ଧୀରେ ଭୁଶୁଡ଼ିବାରେ ଲାଗିଛି। ମାଓବାଦୀ ସଂଗଠନର ଶତାଧିକ ସଦସ୍ୟ ସଂଗଠନ ଛାଡ଼ି ଆତ୍ମସମର୍ପଣ କରୁଛନ୍ତି। ଯାହାଫଳରେ ମାଓବାଦୀମାନେ ହିଂସ୍ର ହୋଇ ନିରୀହ ଗ୍ରାମବାସୀଙ୍କୁ ହତ୍ୟା କରୁଥିବା ଜଣାପଡ଼ିଛି।












Click it and Unblock the Notifications