ଗୋଟିଏ ଟ୍ରାକରେ ଆସିଲା ଦୁଇଟି ଟ୍ରେନ, ଟଳିଗଲା ବଡ ଦୁର୍ଘଟଣା
ବିଳାସପୁର: ଟଳିଲା ବଡ଼ ଅଘଟଣ । ଗୋଟିଏ ଟ୍ରାକରେ ଆସିଲା ଦୁଇଟି ଟ୍ରେନ । ଦୁର୍ଘଟଣା ହେବାରୁ ଅଲ୍ପକେ ବର୍ତ୍ତିଲା ୨ଟି ଟ୍ରେନ୍ । ଛତିଶଗଡ଼ର ବିଳାସପୁର ନିକଟରେ ଏହି ଅଘଟଣ ଘଟିଥିବାବେଳେ ଅଳ୍ପକେ ଟଳିଛି ଦୁର୍ଘଟଣା ।

ରେଲୱେ ପକ୍ଷରୁ କୁହାଯାଇଛି, ରେଲୱେ ପକ୍ଷରୁ କିଛି ବଡ଼ ତୃଟି ହୋଇନି। ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଛି। ମାଲବାହି ଟ୍ରେନ୍ଟି ଅପରାହ୍ନ ସାଢ଼େ ୫ଟାରୁ ୬ଟା ମଧ୍ୟରେ ହୋମ୍ ସିଗ୍ନାଲ ଥିବା ଟ୍ରାକ୍ରେ ଠିଆ ହୋଇବା ବେଳେ ଏହି ସମୟରେ ଅନ୍ୟପଟୁ ଅଟୋ ସିଗ୍ନାଲ ପାଇ ପାସେଞ୍ଜର ଟ୍ରେନ୍ଟି ଆସି ଅଟକିଥିଲା। ମାତ୍ର ଏହା ଜାଣି ନ ଥିବା ଲୋକେ ଏହା ଦେଖିବା ପରେ ଏହାର ଭିଡ଼ିଓ କରି ଛାଡ଼ିଛନ୍ତି। ଗତ ୬ମାସ ଭିତରେ ଗଣମାଧ୍ୟମକୁ ବିଭ୍ରାନ୍ତି କରିବା ନିମନ୍ତେ ଏହା ତୃତୀୟ ଭିଡିଓ କରି ଦିଆଯାଇଛି ବୋଲି ରେଳ ବିଭାଗ କହିଛି।
ଦୁଇଟି ରେଳ ଭିତରେ ଅତିକମରେ ୧୫୦ ମିଟର ଦୂରତା ରଖାଯାଇପାରିବ । ଅର୍ଥାତ ଗୋଟିଏ ଟ୍ରେନ ପଛରେ ଅତିକମରେ ୧୫୦ ମିଟର ଦୂରରେ ଆଉ ଏକ ଟ୍ରେନ ରହିପାରିବ । ଘଟଣାରେ କୌଣସି ମୃତାହତ ହୋଇନଥିବା ରେଳବାଇ ପ୍ରଶାସନ ପକ୍ଷରୁ କୁହାଯାଉଛି ।
କହିରଖୁ କି, ଜୁନ୍ ୨ ତାରିଖରେ ବାଲେଶ୍ୱର ବାହାନଗା ଷ୍ଟେସନରେ ଟ୍ରାକରେ ଛିଡ଼ା ହୋଇଥିବା ଲୁହା ପଥର ବୋଝେଇ ମାଲବାହୀକୁ କରମଣ୍ଡଳ ଏକ୍ସପ୍ରେସ୍ ଧକ୍କା ଦେଇ ଛିଟକି ପଡ଼ିଥିଲା । ଅନ୍ୟ ଟ୍ରାକରେ ଅତିକ୍ରମ କରୁଥିବା ଯଶବନ୍ତପୁର-ହାୱଡ଼ା ସୁପରଫାଷ୍ଟ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।












Click it and Unblock the Notifications