ଦୁଇ ଟ୍ରେନ୍ ଧକ୍କା: ୬୦ ଆହତ
ଉତ୍ତରାଖଣ୍ଡରରେ ସୁଡ଼ଙ୍ଗରେ ଦୁଇଟି ପ୍ରକଳ୍ପରେ ନିୟୋଜିତ ରେଳଗାଡ଼ି ମଧ୍ୟରେ ଧକ୍କା ହୋଇଛି । ଫଳରେ ୬୫ଜଣ ଆହତ ହୋଇଛନ୍ତି ।ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ପିପାଲକୋଟୀ ଅଞ୍ଚଳ ତେହରି ଜଳବିଦ୍ୟୁତ୍ ଉନ୍ନୟନ ନିଗମ (THDC) ଜଳବିଦ୍ୟୁତ୍ ପ୍ରକଳ୍ପ ସୁଡଙ୍ଗରେ ଦୁଇଟି କାର୍ଯ୍ୟରତ ରେଳଗାଡ଼ି ଧକ୍କା ହୋଇଛି । ଫଳରେ ୬୫ ଜଣ ଶ୍ରମିକ ଆହତ ହୋଇଛନ୍ତି । ରାତି ପ୍ରାୟ ୮.୩୦ ସମୟରେ ୪.୫ କିଲୋମିଟର ଲମ୍ବା ସୁଡଙ୍ଗ ଭିତରେ ଏହି ଦୁର୍ଘଟଣା ଘଟିଥିଲା ।

ଶ୍ରମିକ ଏବଂ ନିର୍ମାଣ ସାମଗ୍ରୀ ପରିବହନ ପାଇଁ ବ୍ୟବହୃତ ଗୋଟିଏ ରେଳଗାଡ଼ି ଫେରିବା ବେଳେ ସମାନ ରେଳଧାରଣାରେ ଠିଆ ହୋଇଥିବା ଅନ୍ୟଏକ ରେଳଗାଡି ସହିତ ଧକ୍କା ହୋଇଥିଲା । ଦୁଇଟି ରେଳଗାଡିରେ ପ୍ରାୟ ୧୦୮ ଜଣ ଶ୍ରମିକ ଯାତ୍ରା କରୁଥିଲେ । ଧକ୍କା ପରେ ଦୁଇଟି ବଗି ଧାରଣାଚ୍ୟୁତ ହୋଇଥିଲା । ଯାହା ସୁଡଙ୍ଗ ଭିତରେ ଆତଙ୍କ ସୃଷ୍ଟି କରିଥିଲା । ସୁଡଙ୍ଗ ମଧ୍ୟରୁ ଏକାଥରେ ବିରାଟ ଚିତ୍କାର ଶବ୍ଦ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା । ସମସ୍ତ ଆହତ ମାନଙ୍କୁ ଗୋପେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ସମସ୍ତ ଆହତ ଶ୍ରମିକଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ରହିଛି । ଦୁର୍ଘଟଣା ପରେ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications