ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେଲେ ଦୁଇ ଆତଙ୍କବାଦୀ

ଜମ୍ମୁକଶ୍ମୀରର ତିନିଟି ସ୍ଥାନରେ ଏନକାଉଣ୍ଟର । ପାନପୁରା, ସୋପର ଓ ବାରମୂଲାରେ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ସୋପରରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ବାରମୂଲା ଜିଲ୍ଲାରେ ସେନା ଓ ପୋଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ଚାଲିଛି । ଆତଙ୍କବାଦୀଙ୍କ ଗତିବିଧି ନେଇ ସୂଚନା ମିଳିବା ପରେ ଏହି ସର୍ଚ୍ଚ ଅପରେସନ କରାଯାଉଛି ।

terrorist attack

ଗତକାଲି କିସ୍ତୱାର ଜିଲ୍ଲାରେ ୨ଜଣ ନାଗରିକଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି ଆତଙ୍କବାଦୀ । ଶ୍ରୀନଗରରେ ଗ୍ରେନେଡ ଆଟାକର କିଛି ଦିନ ପରେ ଆତଙ୍କବାଦୀମାନେ ଏହି ବର୍ବରକାଣ୍ଡ ଘଟାଇଛନ୍ତି । ମୁଞ୍ଜିଆ ଧର ଜଙ୍ଗଲରୁ ଆତଙ୍କବାଦୀମାନେ ଗ୍ରାମ୍ୟ ସୁରକ୍ଷା କମିଟର ନାଜିର ଅହମ୍ମଦ ଓ କୁଲଦୀପ କୁମାରଙ୍କୁ ଅପହରଣ କରିନେଇଥିଲେ । ଏହାପରେ ସେମାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏଥିପାଇଁ କାଶ୍ମୀର ଟାଇଗର୍ସ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+