ଜମ୍ମୁକାଶ୍ମୀରର କୁଲଗାମ ଏନକାଉଣ୍ଟର,୨ରେ ପହଁଞ୍ଚିଲା ଆତଙ୍କବାଦୀ ମୃତ୍ୟୁ ସଂଖ୍ୟ
ଜମ୍ମୁ-କାଶ୍ମୀରର ଦକ୍ଷିଣ କାଶ୍ମୀର ସ୍ଥିତ କୁଲ୍ଗାଓଁ ଜିଲ୍ଲାର ଗୁଦ୍ଦାର ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀ ଏବଂ ସେନା ମଧ୍ୟରେ ଗୁଳି ବିନିମୟ ଘଟଣାରେ ନିହତ ଆତଙ୍କବାଦୀଙ୍କ ସଂଖ୍ୟା ୨ରେ ପହଞ୍ଚଛି । ଏହି ଅପରେସନ୍ରେ ସେନାର ଜଣେ ଜୁନିୟର୍ କମିଶନଡ଼୍ ଅଫିସର - ଜେ.ସି.ଓ. ଆହତ ହୋଇଥିବା ନେଇ ସେନା ମୁଖପାତ୍ର ସୂଚନା ଦେଇଛନ୍ତି ।

ପୂର୍ବରୁ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଆଜି ସକାଳେ ଗୁଦ୍ଦାର ଜଙ୍ଗଲ ଅଞ୍ଚଳରେ ସେନା, ସି.ଆର୍.ପି.ଏଫ୍. ଏବଂ ଜମ୍ମୁକାଶ୍ମୀର ପୁଲିସ୍ ପକ୍ଷରୁ ମିଳିତ ଘେରାବନ୍ଦି ଓ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ସେନା କର୍ମଚାରୀମାନେ ସନ୍ଦିଗ୍ଧ ସ୍ଥାନରେ ପହଞ୍ôଚବାମାତ୍ରେ ଲୁଚି ରହିଥିବା ଆତଙ୍କବାଦୀମାନେ ଅଚାନକ ଗୁଳି ଚଳାଇଥିଲେ । ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ।












Click it and Unblock the Notifications