କୋଲକାତାରୁ ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

କୋଲକାତାରୁ ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

କୋଲକାତା: ପଶ୍ଚିମବଙ୍ଗର ହାୱାରାରୁ କୋଲକାତା ପୋଲିସର ଏସଟିଏଫ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି । ଉଭୟ ଅଭିଯୁକ୍ତଙ୍କର ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ଲିଙ୍କ ଥିବା ଅଭିଯୋଗ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ M.Techର ଛାତ୍ର ବୋଲି ସୂଚନା ରହିଛି ।

ଗିରଫ ବ୍ୟକ୍ତିଙ୍କ ଠାକୁ ଅନେକ ସନ୍ଦେହଜନକ ଜିନିଷ ଉଦ୍ଧାର କରାଯାଇଛି । STF ଦାବି କରିଛି ଯେ ଅଭିଯୁକ୍ତମାନେ ଜିହାଦି କାର୍ଯ୍ୟକଳାପରେ ଜଡିତ ଅଛନ୍ତି ଏବଂ ସୋସିଆଲ ମିଡିଆ ମାଧ୍ୟମରେ ସେମାନେ ଯୁବକମାନଙ୍କ ବ୍ରେନୱାସ୍ କରିଥାନ୍ତି । ଜାନୁଆରୀ ୧୯ ପର୍ଯ୍ୟନ୍ତ ଉଭୟ ଅଭିଯୁକ୍ତଙ୍କୁ ପୋଲିସ ହେପାଜତକୁ ପଠାଯାଇଛି ।

terrorist

ଜଣେ ବରିଷ୍ଠ ପୋଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଉଭୟ ଅଭିଯୁକ୍ତଙ୍କ ଉପରେ ଦୀର୍ଘ ଦିନ ଧରି ନଜର ରଖାଯାଇଥିଲା। କୋଲକାତା ପୋଲିସ ଏସଟିଏଫର ଏକ ଟିମ୍ ଶୁକ୍ରବାର ରାତିରେ ଟିକିଆପାରାର ଆଫାବୁଦ୍ଦିନ ମୁନ୍ସି ଲେନ୍‌ରୁ ଉଭୟଙ୍କୁ ଗରିଫ କରାଯାଇଛି । ସୂଚନାନୁସାରେ, ଅଭିଯୁକ୍ତମାନେ ଖିଦିରପୁରରେ ଏକ ଗୁପ୍ତ ବୈଠକର ଆୟୋଜନ କରିବାକୁ ଯାଉଥିଲେ ଯାହା ପରେ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିବାର ଯୋଜନା ମଧ୍ୟ କରିଥିଲେ।

ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ହେଲେ ଗୁଲ ମହମ୍ମଦ ସଦ୍ଦାମ ସେ ମୁନ୍ସି ଲେନ୍, ଟିକିଆପାରା, ହାୱାରର ବାସିନ୍ଦା ବୋଲି ସ୍ପଷ୍ଟ ହୋଇଛି । ସେ ଜଣେ ଏମ୍ ଟେକ୍ ଛାତ୍ର । ଅଭିଯୁକ୍ତଙ୍କ ପିତା ରେଳବାଇରୁ ଅବସର ନେଇଛନ୍ତି । ଏବଂ ଅନ୍ୟ ଅଭିଯୁକ୍ତଙ୍କ ନାମ ସଇଦ ହୁସେନ୍। ପୋଲିସ ଅଭିଯୋଗ କରିଛି ଯେ, ଉଭୟ ପାକିସ୍ତାନ ଏବଂ ମଧ୍ୟ ଏସିଆର ଅନେକ ଦେଶରୁ ଆତଙ୍କବାଦୀ ନିୟନ୍ତ୍ରଣକାରୀଙ୍କ ସହ ସିଧାସଳଖ ଯୋଗାଯୋଗରେ ଅଛନ୍ତି । ଉଭୟଙ୍କୁ ୧୯ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+