ଜମ୍ମୁ-କଶ୍ମୀରରେ ସେନା ଆତଙ୍କବାଦୀ ଗୁଳିମାଡ଼, ୨ ଯବାନ ସହିଦ,୩ ଆହତ
ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଚାଲିଥିବା ଏନକାଉଣ୍ଟରରେ ୨ ଜଣ ଯବାନ ସହିଦ ହୋଇଛନ୍ତି। ଆଉ ଜଣେ ଯବାନ ଓ ୨ ଜଣ ସାଧାଣ ଲୋକ ମଧ୍ୟ ଗୁଳି ମାଡ଼ରେ ଆହତ ହୋଇଛନ୍ତି। ସେମାନଙ୍କୁ ଏନକାଉଣ୍ଟର ସ୍ଥଳରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନନ୍ତନାଗରେ ଅହଲାନ ଗାଡୋଲେ ଆରମ୍ଭ ହୋଇଥିବା ଏନକାଉଣ୍ଟର ଏବେ ବି ଜାରି ରହିଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି।
ଆତଙ୍କବାଦୀମାନେ ସେନାକୁ ସେହି ସମୟରେ ଟାର୍ଗେଟ କରିଥିଲେ ଯେଉଁ ସମୟରେ କୋକେରନାଗ ଉପଖଣ୍ଡ ଜଙ୍ଗଲରେ ଆତଙ୍କବାଦୀ ବିରୋଧୀ ଅଭିଯାନ ଚଲାଉଥିଲେ ଭାରତୀୟ ସେନା । ସେନାର ବିଶେଷବଳ ପୈରାଟ୍ରୁପ ଏହି ଆତଙ୍କବାଦୀଙ୍କୁ ତଡିବା ପାଇଁ ଅଭିଯାନକୁ ଜୋରସୋର କରିବାରେ ମଧ୍ୟ ଲାଗିଛନ୍ତି । ମାତ୍ର ବାରମ୍ବାର ଆତଙ୍କବାଦୀଙ୍କ ଆକ୍ରମଣ ଓ ଅନୁପ୍ରବେଶ ଲାଗି ରହିଛି ।

ଆଜି ହୋଇଥିବା ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ଲଢେଇ ହେଉଛି ବିଗତ ଗୋଟିଏ ବର୍ଷ ମଧ୍ୟରେ ଦ୍ୱିତୀୟ ବଡ ଲଢେଇ ।୨୦୨୩ ମସିହାରେ ମଧ୍ୟ କୋକେରନାଗ ଜଙ୍ଗଲରେ ସେନା ଓ ଆତଙ୍କବାଦୀଙ୍କ ଲଢେଇରେ ଜଣେ ପୁଲିସ ଉପାଧିକ୍ଷକ, ଜଣେ ମେଜର ଓ ଜଣେ କମାଣ୍ଡିଂ ଅଫିସର ସହିତ ହୋଇଥିଲେ ।
ତେବେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୨ଜଣ ଯବାନ ସହିଦ ହୋଇଥିଲେ ଏବଂ ୩ଜଣ ଆହତ ହୋଇଥିଲେ। ଏହାସହିତ ଆତଙ୍କୀଙ୍କ ଗୁଳିରେ ୨ ନାଗରିକ ମଧ୍ୟ ଆହତ ହୋଇଥିଲେ। ଏବେ ବି ଗାଗରମାଣ୍ଡୁ ଜଙ୍ଗଲରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି।












Click it and Unblock the Notifications