ଦିଲ୍ଲୀର ଦୁଇ ଘରୋଇ ସ୍କୁଲକୁ ବୋମା ଲଗାଇ ଉଡାଇ ଦେବାକୁ ଆସିଲା ଧମକ, ତଦନ୍ତ ଆରମ୍ଭ କଲା ପୋଲିସ
ରାଜଧାନୀ ଦିଲ୍ଲୀରେ ଆତଙ୍କ। ପୁଣି ମିଳିଲା ବୋମା ଧମକ। ଦିଲ୍ଲୀର ଦୁଇଟି ଘରୋଇ ସ୍କୁଲକୁ ବୋମା ଲଗାଇ ଉଡାଇ ଦେବାକୁ ଧମକ ମିଳିଛି। DPS ଆର୍.କେ.ପୁରମ୍ ଓ ପଶ୍ଚିମବିହାର ଜିଡି ଗୋଏଙ୍କା ସ୍କୁଲକୁ ଇ-ମେଲ୍ ଯୋଗେ ଧମକ ଆସିଛି।

ଆଜି ସକାଳ ୭ଟାରେ ଇ-ମେଲ୍ ଯୋଗେ ଏହି ଦୁଇଟି ସ୍କୁଲକୁ ଧମକପୂର୍ଣ୍ଣ ମେସେଜ ଆସିଥିଲା। ବୋମା ଲାଗାଇ ସ୍କୁଲକ ଉଡାଇକୁ ଦେବାକୁ କେହି ଜଣେ ଦୁର୍ବୃତ୍ତ ଧମକ ଦେଇଥିଲେ। ଏହାପରେ ତୁରନ୍ତ ପିଲାଙ୍କୁ ଘରକୁ ପଠାଇ ଦିଆଯାଇଛି। ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗର ଟିମ୍ ମଧ୍ୟରେ ସ୍କୁଲରେ ପହଞ୍ଚିଛି। ତଲାସି ଜାରି ରହିଛି।
ଗତ ଅକ୍ଟୋବର ମାସରେ ରୋହିଣୀ ଅଞ୍ଚଳର ଏକ ସ୍କୁଲରେ ବିସ୍ଫୋରଣ ଘଟିଥିଲା। ତେଣୁ ଏବେ ପୁଣି ଥରେ ସ୍କୁଲକୁ ଧମକ ଆସିବା ପରେ ଦିଲ୍ଲୀର ସ୍କୁଲ ଗୁଡ଼ିକାରେ ବଢ଼ିଛି ସୁରକ୍ଷା ଚିନ୍ତା। ଏହାପୂର୍ବରୁ ୨ ଫେବୃଆରୀ ୨୦୨୪ ରେ ଡିପିଏସ୍ ଆର.କେପୁରମ୍ ପ୍ରିନ୍ସପାଲ୍ଙ୍କୁ ସ୍କୁଲରେ ବୋମା ଥିବା ନେଇ ଧମକ ଦିଆଯାଇଥିଲା।












Click it and Unblock the Notifications