ନିପା ଭାଇରସ୍ରେ ଭାରତରେ ଦୁଇଜଣ ସଂକ୍ରମିତ
ଭାରତରେ ନିପା ଭାଇରସ୍ରେ ଦୁଇଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ନିପା ସଂକ୍ରମଣ ସମ୍ପର୍କରେ ଜଣାପଡ଼ିବା ପରେ ଏସିଆର ଅନେକ ଦେଶରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ବିମାନ ବନ୍ଦରରେ କଡ଼ା ଯାଞ୍ଚ କରାଯାଉଛି । ଏହାକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଶୁକ୍ରବାର କହିଛି ଯେ, ଭାରତରେ ନିପା ଭାଇରସ ବ୍ୟାପିବାର ସମ୍ଭାବନା କମ୍ ରହିଛି । ତେଣୁୁ ଯାତ୍ରା କିମ୍ବା ବାଣିଜ୍ୟ କଟକଣାର ଆବଶ୍ୟକତା ନାହିଁ । ଡବ୍ଲ୍ୟୁଏଚ୍ଓ ଦ୍ବାରା ଏହାର ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ନିପା ଭାଇରସ୍ ଯୋଗୁ ମଣିଷରୁ ମଣିଷକୁ ସଂକ୍ରମଣ ବୃଦ୍ଧିର କୌଣସି ପ୍ରମାଣ ନାହିଁ । ଏହାଦ୍ବାରା ଜାତୀୟ, ଆଞ୍ଚଳିକ ଏବଂ ବିଶ୍ୱସ୍ତରରେ ବିପଦ କମ୍ ରହିଛି । ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାରେ ନିପା ଭାଇରସରେ ଦୁଇ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

ଡବ୍ଲ୍ୟୁଏଚ୍ଓ କହିଛି ଯେ ମାମଲାଗୁଡ଼ିକ କେବଳ ଜିଲ୍ଲା ମଧ୍ୟରେ ସୀମିତ ଏବଂ ରୋଗୀମାନଙ୍କର କୌଣସି ଯାତ୍ରା ଇତିହାସ ରିପୋର୍ଟ କରାଯାଇ ନାହିଁ । ଭାରତର ଅନ୍ୟ କୌଣସି ରାଜ୍ୟ କିମ୍ବା ଅନ୍ତର୍ଜାତୀୟ ସ୍ତରରେ ଏହା ବ୍ୟାପିବାର ସମ୍ଭାବନା କମ୍ ରହିଛି । ଯାତ୍ରା କଟକଣା ଲଗାଇବାର କୌଣସି ଆବଶ୍ୟକତା ନଥିବା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି । ନିପା ଭାଇରସ୍ ବାଦୁଡ଼ିଠାରୁ ମଣିଷକୁ ବ୍ୟାପି ଥାଏ ।
-
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
Ganga Expressway: ଭାରତର ସବୁଠାରୁ ବଡ଼ ଗ୍ରିନଫିଲ୍ଡ ଏକ୍ସପ୍ରେସୱେ, ଅଞ୍ଚଳୀୟ ବିକାଶକୁ ଦେବ ନୂଆ ଗତି -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
LPG ଦର ବୃଦ୍ଧିକୁ ନେଇ ବିବାଦ: ଭାରତର ନୀତି ନୁହେଁ, ବରଂ ଗ୍ଲୋବାଲ୍ ଏନର୍ଜି ଝଟକା ମୂଳ କାରଣ -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଯୁଦ୍ଧ ଭିତରେ ସିଲିଣ୍ଡର ସଙ୍କଟ: ବନ୍ଦ ହେଇପାରେ ହୋଟେଲ-ରେଷ୍ଟୁରାଣ୍ଟ -
LPG ସଙ୍କଟ ! ଭାରତୀୟ ରେଳରେ ମାଇକ୍ରୋୱେଭ୍-ଇଣ୍ଡକ୍ସନ ବ୍ୟବହାର କରିବାକୁ IRCTCର ନିର୍ଦ୍ଦେଶ -
ବଦଳିଲା ନିୟମ୨୫ ଦିନ ପରେ ଦ୍ବିତୀୟ ସିଲିଣ୍ଡର ବୁକିଂ -
ପ୍ରଧାନମନ୍ତ୍ରୀଙ୍କ ଉପରେ ବିରୋଧୀ ଦଳ ନେତାଙ୍କ ଟିପ୍ପଣୀ, ସଂସଦରେ ରାହୁଲ- ରବି ଶଙ୍କର ମୁହାମୁହିଁ -
ଆସିଲା ଖୁସି ଖବର, ୫ ଶାବକ ଜନ୍ମଦେଲା ମାଈ ଚିତା ଜ୍ୱାଲା









Click it and Unblock the Notifications