ୱେଭ୍ସ ଆନିମେସନ ଚଳଚ୍ଚିତ୍ର ପ୍ରତିଯୋଗିତାର ଫାଇନାଲରେ ଚମକିବେ ଦୁଇ ଓଡ଼ିଆ ପ୍ରତିଭା

ଆସନ୍ତା ମଇ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଆୟୋଜିତ ହେବ ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ-ୱେଭ୍ସ ୨୦୨୫। ଏହି ସମ୍ମିଳନୀ ଦେଶର ସୃଜନଶୀଳ ଯୁବପ୍ରତିଭାମାନଙ୍କୁ ନିଜର ସୃଜନଶୀଳତା ପ୍ରଦର୍ଶନ ନିମନ୍ତେ ମଞ୍ଚ ଯୋଗାଇ ଦେବ। ୱେଭ୍ସ ଅଧୀନରେ ଆୟୋଜିତ ଆନିମେସନ ଚଳଚ୍ଚିତ୍ର ନିର୍ମାତା ପ୍ରତିଯୋଗିତାର ଫାଇନାଲରେ ଅଂଶଗ୍ରହଣ କରିବା ଲାଗି ସାରା ଦେଶରୁ ୪୨ ଜଣ ଫାଇନାଲିଷ୍ଟଙ୍କୁ ଚୟନ କରାଯାଇଛି । ଓଡ଼ିଶାର ଦୁଇ ଜଣ ପ୍ରତିଯୋଗୀ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ସେମାନେ ହେଲେ ଯାଜପୁର ଧର୍ମଶାଳା ଜାରକା ଅଞ୍ଚଳର ଭାଗ୍ୟଶ୍ରୀ ଶତପଥୀ ଏବଂ ଭୁବନେଶ୍ୱରର ଋଷଭ ମହାନ୍ତି।

ଭାଗ୍ୟଶ୍ରୀ ଅହମ୍ମଦାବାଦ ସ୍ଥିତ ରାଷ୍ଟ୍ରୀୟ ଡିଜାଇନ ପ୍ରତିଷ୍ଠାନରେ ଆନିମେସନ ଏବଂ ଚଳଚ୍ଚିତ୍ର ଡିଜାଇନରେ ଅଧ୍ୟୟନ କରୁଛନ୍ତି। ସେ ଭାରତୀୟ ପୁରାଣ ଏବଂ ସ୍ଥାନୀୟ ଲୋକକଥାକୁ ନେଇ ଆନିମେସନ ଚଳଚ୍ଚିତ୍ର ପ୍ରସ୍ତୁତ କରିଥା'ନ୍ତି। ତାଙ୍କର ଉପସ୍ଥାପନାରେ ସାଧାରଣତଃ ଶକ୍ତି, ନୈତିକତା ଓ ଆତ୍ମପରିଚୟର ଝଲକ ଦେଖିବାକୁ ମିଳିଥାଏ। ନିଜର ମୌଳିକ ପ୍ରସ୍ତୁତି 'ପସା' ପାଇଁ ସେ ଏଥର ୱେଭ୍ସ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ପୂର୍ବରୁ ସେ 'ହାପି ବାର୍ଥ ଡେ ତାରା' ଶୀର୍ଷକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରିଥିଲେ। ଏହାବ୍ୟତୀତ ସେ ଚିଲିକା ହ୍ରଦର ମା' କାଳିଜାଇଙ୍କୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ।

Waves Animation Film Competition

ଅନ୍ୟପକ୍ଷରେ ଭୁବନେଶ୍ୱରର ଋଷଭ ମହାନ୍ତି ମଧ୍ୟ ଅହମ୍ମଦାବାଦ ସ୍ଥିତ ରାଷ୍ଟ୍ରୀୟ ଡିଜାଇନ ପ୍ରତିଷ୍ଠାନରେ ଅଧ୍ୟୟନରତ ଅଛନ୍ତି । ସେ ତାଙ୍କ 'ଖଟି' ଆନିମେସନ ପ୍ରାମାଣିକ ଚଳଚ୍ଚିତ୍ର ପାଇଁ ୱେଭ୍ସର ଫାଇନାଲରେ ପହଞ୍ଚିଛନ୍ତି ।

ସୂଚନାଯୋଗ୍ୟ, ଆନିମେସନ ଚଳଚ୍ଚିତ୍ର ନିର୍ମାଣ ପ୍ରତିଯୋଗୀତାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ପ୍ରତିଭାଶାଳୀ ପ୍ରତିଯୋଗୀମାନେ ୱେଭ୍ସ ୨୦୨୫ରେ ନିଜର ପ୍ରକଳ୍ପ ଉପସ୍ଥାପନ କରିବେ। ୩ଜଣ ଶୀର୍ଷ ବିଜେତାଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ନଗଦ ପୁରସ୍କାର ଦିଆଯିବ। ଅନ୍ତର୍ଜାତୀୟ ସ୍ତରର ବିଚାରକମାନେ ସେମାନଙ୍କର ପ୍ରକଳ୍ପର ମୂଲ୍ୟାଙ୍କନ କରିବେ । ସେମାନେ ବିଶ୍ୱ ମନୋରଞ୍ଜନ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱଙ୍କ ଆଗରେ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇପାରିବେ ।

ସେମାନଙ୍କର ପ୍ରକଳ୍ପର ସମ୍ଭାବ୍ୟ ଆର୍ଥିକ ପ୍ରଭାବ ଗୁରୁତ୍ୱପୂର୍ଣ୍ଣ, ପ୍ରତ୍ୟେକ ଆନିମେଟେଡ୍ ଭିଏଫଏକ୍ସ ଫିଚର ଫିଲ୍ମ ୧୦୦ରୁ ୩୦୦ ଲୋକଙ୍କଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାରେ ସକ୍ଷମ। ୱେଭସ୍ ଆନିମେସନ ଚଳଚ୍ଚିତ୍ର ପ୍ରତିଯୋଗିତା ଭାରତର ସୃଜନଶୀଳ ପ୍ରତିଭା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ନିବେଶର ପ୍ରତିନିଧିତ୍ୱ କରେ, ଯାହା ନିଯୁକ୍ତି ସୃଷ୍ଟି ଓ ବିଶ୍ୱସ୍ତରୀୟ ସୁଯୋଗକୁ ପ୍ରୋତ୍ସାହିତ କରିଥାଏ। ପ୍ରତିଯୋଗିତାର ଉଦ୍ଦେଶ୍ୟ ହେଉଛି ଅନ୍ତର୍ଜାତୀୟ ସହ-ପ୍ରଯୋଜନାକୁ ପ୍ରୋତ୍ସାହିତ କରିବା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+