ଜମ୍ମୁ ଓ କଶ୍ମୀରରେ ଆତଙ୍କୀ ହମଲା, ଦୁଇ ପ୍ରବାସୀ ଶ୍ରମିକ ମୃତ
ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର ଗାନ୍ଦରବଲ ଜିଲ୍ଲାରେ ଆତଙ୍କବାଦୀ ହମଲା। ଏଥିରେ ଦୁଇ ଜଣ ବାହାର ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି। ନିର୍ମାଣାଧୀନ ଟନେଲ ନିକଟରେ ଏହି ଆକ୍ରମଣ ହୋଇଥିଲା। ଏହି ଅଞ୍ଚଳକୁ ସୁରକ୍ଷିତ ରଖିବା ଏବଂ ତଦନ୍ତ ଆରମ୍ଭ କରିବା ପାଇଁ ସୁରକ୍ଷା ବାହିନୀକୁ ଘଟଣାସ୍ଥଳକୁ ପଠାଯାଇଛି। ଜମ୍ମୁ କଶ୍ମିରର ଶୋପିଆନ୍ ଜିଲାରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିବା ଅଭିଯୋଗ ହେବାର ଦୁଇ ଦିନ ପରେ ଏହି ଘଟଣା ଘଟିଛି। ଶୁକ୍ରବାର ସକାଳେ ସ୍ଥାନୀୟ ଲୋକମାନେ ମୃତଦେହକୁ ରାସ୍ତା କଡ଼ରେ ଦେଖିଥିଲେ ଏବଂ ପରେ ଶ୍ରମିକଙ୍କୁ ଚିହ୍ନଟ କରାଯାଇଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ ଜିଲା ଡାକ୍ତରଖାନାକୁ ନିଆଯାଇଥିଲା।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲା। ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ୩ ଜଣ ସମସ୍ତେ ଜମ୍ମୁ ଓ କଶ୍ମୀର ବାହାରର ଶ୍ରମିକ ବୋଲି ସୂଚନା ମିଳିଛି। ଗତକାଲି ଜମ୍ମୁ-କଶ୍ମୀରର ବାରମୁଲା ଜିଲ୍ଲାର ଉରି ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷାବାହିନୀ ପଣ୍ଡ କରିଦେଇଥିଲେ। ଏହି ଅନୁପ୍ରବେଶ ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। କିଛିଦିନ ତଳେ ସୋପିଆଁରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ପ୍ରବାସୀ ଶ୍ରମିକ ନିହତ ହୋଇଥିଲା ।












Click it and Unblock the Notifications