କର୍ଣ୍ଣାଟକ,ହାଇଦ୍ରାବାଦ ପରେ କୋଲକାତାରୁ ଚିହ୍ନଟ ହେଲା HMPV ଆକ୍ରାନ୍ତ
ନୂଆଦିଲ୍ଲୀ : ଚିନ୍ତା ବଢାଇଲାଣି HMPV ମାମଲା। କର୍ନାଟକରୁ ୨ ଏବଂ ଅହମ୍ମଦାବାଦରୁ ଗୋଟିଏ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଆଉ ଗୋଟେ ମାମଲା ସାମ୍ନାକୁ ଆସିଛି। କୋଲକାତାରେ ୬ ମାସର ଶିଶୁ ଶରୀରରେ HMPV ଚିହ୍ନଟ ହୋଇଛି। ଗତ ନଭେମ୍ବରରେ ଚିହ୍ନଟ ପରେ ହସ୍ପିଟାଲରେ ସୁସ୍ଥ ଥିବା ସୂଚନା ମିଳିଛି। ଏହାକୁ ମିଶାଇ HMPV ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି।

କର୍ନାଟକରେ ୨ HMPV ସଂକ୍ରମିତ ଚିହ୍ନଟ ପରେ କର୍ନାଟକ ସରକାର ଏକ ଆଡଭାଇଜରୀ ଜାରି କରିଛନ୍ତି। ଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ମାସ୍କ ପିନ୍ଧିଲେ ସଂକ୍ରମଣ କମିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛନ୍ତି।












Click it and Unblock the Notifications