ଛତିଶଗଡ଼ରେ ୨ ହାର୍ଡକୋର ମାଓବାଦୀ ନିହତ
ଛତିଶଗଡ଼ରେ ଏନ୍କାଉଣ୍ଟର । ଛତିଶଗଡ଼ରେ ଏନ୍କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । କୋଣ୍ଡାଗାଓଁ-ନାରାୟଣପୁର ସୀମାନ୍ତ କିଲମ-ବାରଗୁମ୍ ମାର୍କମ ପାଲ ଜଙ୍ଗଲରେ ମୃତ୍ୟୁ ହୋଇଛି । ବିପୁଳ ପରିମାଣର ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।
ପୂର୍ବରୁ ନିହତ ମାଓବାଦୀଙ୍କ ନାଁରେ ୧୩ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ପ୍ରକାଶଥାଉକି, ଗତ ମାର୍ଚ୍ଚ 28 ତାରିଖରେ ଜମ୍ମୁ-କାଶ୍ମୀରର କାଠୁଆ ଜିଲ୍ଲାର ଜଙ୍ଗଲ ଅଞ୍ଚଳରେ ଏନକାଉଣ୍ଟର ହୋଇଥିଲା । ଏଥିରେ 3 ଜଣ ଯବାନ ଶହୀଦ ହୋଇଥିବା ବେଳେ 3ଜଣ ଆତଙ୍କୀ ଟଳି ପଡିିଥିଲେ । ଜମ୍ମୁ-କାଶ୍ମୀର ପୋଲିସ ଦ୍ୱାରା ସମ୍ପ୍ରତି ଅନୁପ୍ରବେଶ କରିଥିବା ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ବିରୁଦ୍ଧରେ ଚାଲିଥିବା ସର୍ଚ୍ଚ ଅପରେସନ୍ ସମୟରେ ହଠାତ୍ ଗୁଳିଚାଳନା ହୋଇଥିଲା।













Click it and Unblock the Notifications