ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଅଞ୍ଚଳ ଭାବେ ପରିଚିତ ବାଲିଗୁଡ଼ା ଥାନା ଅନ୍ତର୍ଗତ ପୁରାଣଜିଆବ ସଂରକ୍ଷିତ ଜଙ୍ଗଲ ଅଧୀନସ୍ଥ ବୁଡ଼ାଗୁଡ଼ା ଅଞ୍ଚଳରେ ସୋମବାର ଦିନତମାମ୍ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ପୁଲିସ ଗୁଳିରେ ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓ କ୍ୟାଡର ନିହତ ହୋଇଛନ୍ତି। ଏହା ଫଳରେ ମାଓ ଦମନ ଅଭିଯାନ କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି।
ପୁଲିସ ଗୁଳିରେ ନିପାତ ହୋଇଥିବା ମାଓବାଦୀଙ୍କ ପରିଚୟ ମିଳିଛି। ସେମାନେ ହେଉଛନ୍ତି ମାଓ ନେତା ମଙ୍କୁ ଓ ଚନ୍ଦନ। ନିହତ ମଙ୍କୁ କନ୍ଧମାଳ ଜିଲ୍ଲାରେ ସକ୍ରିୟ ଥିବା ମାଓବାଦୀ ଗ୍ରୁପ୍ର ଏସିଏମ୍ କ୍ୟାଡର ହୋଇଥିବାବେଳେ ଚନ୍ଦନ ପାର୍ଟିର ଅନ୍ୟତମ ସଦସ୍ୟ ବୋଲି କନ୍ଧମାଳ ଏସ୍ପି ହରିଶ ବିସି ସୂଚନା ଦେଇଛନ୍ତି।













Click it and Unblock the Notifications