ପ୍ରକୃତିର ତାଣ୍ଡବ:୯ ଜିଲ୍ଲାକୁ ରେଡ୍ ଆଲର୍ଟ, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ
ମୌସୁମୀର ବର୍ଷା ଫଳରେ ବେହାର ହୋଇଛି ଉତ୍ତରାଖଣ୍ଡ । ଗତକାଲି ବାଦଲ ଫଟା ବର୍ଷା କାରଣରୁ ଉତ୍ତରାଖଣ୍ଡରେ ୯ ଶ୍ରମିକ ନିଖୋଜ ଥିବା ବେଳେ ଆଜି ପାଇଁ ୯ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାକୁ ସତର୍କ କରାଯାଇଛି । ଡେରାଡୁନ, ନୈନିତାଲ, ପୌଡି, ଉତ୍ତରକାଶୀ, ଚମ୍ପାବନ ଆଦି ୯ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି ।
ସେହିପରି ବର୍ଷା ପରେ ବନ୍ୟା ଜନିତି ଆଶଙ୍କା ଥିବାରୁ ରାଜ୍ୟରେ ଆଜି ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଷ୍ପତ୍ତି ନିଆଯାଇଛି । ସରକାରୀ ଏବଂ ଘରୋଇ ସ୍କୁଲ ସମେତ ଅଙ୍ଗନବାଡି ମଧ୍ୟ ବନ୍ଦ ରହିବ । ସେପଟେ ବର୍ଷା ଆଶଙ୍କା ଥିବାରୁ ଚାରିଧାମ ଯାତ୍ରାକୁ ମଧ୍ଯ ବନ୍ଦ କରାଯାଇଛି ।













Click it and Unblock the Notifications