Get Updates
Get notified of breaking news, exclusive insights, and must-see stories!

ଚଳନ୍ତା ବସରେ ଲାଗିଲା ନିଆଁ ,୨ ମୃତ

ମନୋହରପୁର ଥାନା ଅଞ୍ଚଳରେ ଭୟଙ୍କର ଦୁର୍ଘଟଣା ଘଟିଛି । ଶ୍ରମିକ ଭର୍ତ୍ତି ବସ୍ ହାଇଟେସନ୍ ଲାଇନ୍ ସଂସ୍ପର୍ଶରେ ଆସିବା ପରେ ବିଦ୍ୟୁତ୍ ଆଘାତ ଲାଗି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୨ ଜଣ ଶ୍ରମିକ ଆହତ ହୋଇଛନ୍ତି । ଶ୍ରମିକ ଭର୍ତ୍ତି ବସଟି ଉତ୍ତରପ୍ରଦେଶରୁ ମନୋହରପୁର ଆସୁଥିବା ବାଟରେ ଏପରି ଅଘଟଣ ଘଟିଥିବା ଜଣାପଡିଛି । ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ।

fire

ସୂଚନାନୁଯାୟୀ, ଶ୍ରମିକ ଭର୍ତ୍ତି ବସଟି ଉତ୍ତରପ୍ରଦେଶରୁ ମନୋହରପୁରର ଟୋଡି ସ୍ଥିତ ଇଟା ଭାଟିକୁ ଆସୁଥିଲା । ସେହି ବାଟରେ ଆସୁଥିଲାବେଳେ ବସ୍ ଉପର ଦେଇ ଯାଇଥିବା ୧୧ ହଜାର ଭୋଲ୍ଟର ତାର ଲାଗି କରେଣ୍ଟ ମାରିବା ସହ ସ୍ପାର୍କିଂରେ ନିଆଁ ଲାଗିଯାଇଥିଲା । ସୂଚନା ପାଇ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏଥି ସହିତ ଆହତଙ୍କୁ ଶାହପୁରା ଉପ- ଜିଲ୍ଲା ହସ୍ପିଟାଲକୁ ପଠାଇଥିଲେ ।

ସେହି ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜୟପୁରକୁ ରେଫର କରାଯାଇଥିଲା । ଅନ୍ୟପଟେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହାରି ମଧ୍ୟରେ ପୋଲିସ ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ କରିବାକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+