ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ ଦୁଇ ଜେଡିୟୁ ନେତା

ଆଜି ଦେଶର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦୀ । ମୋଦି ୩.୦ରେ ଜେଡିୟୁ କୋଟାରୁ ଆଜି ମନ୍ତ୍ରୀ ଭାବେ ଶପଥ ନେବେ ଦୁଇ ନେତା। ଲଲନ୍‌ ସିଂହ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି କପୂରୀ ଠାକୁରଙ୍କ ପୁଅ ରାମନାଥ ଠାକୁର MoS ତଥା ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

narendra modi

ଲଲନ୍ ସିଂହ ବିହାରର ମୁଙ୍ଗେର ଆସନରୁ ନିର୍ବାଚନ ଜିତି ଏଥର ଲୋକସଭାରେ ପହଞ୍ଚିଛନ୍ତି। ସେହିପରି ରାମନାଥ ଠାକୁର ରାଜ୍ୟସଭା ସାଂସଦ ରହିଛନ୍ତି। ସେ ଭାରତରେ ରତ୍ନରେ ସମ୍ମାନୀତ କର୍ପୂରୀ ଠାକୁରଙ୍କ ପୁଅ ଅଟନ୍ତି। ଜେଡିୟୁ କୋଟାରୁ ଏହି ଦୁଇ ନେତା ଆଜି ମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ରହିଛି।

ଏଥର ଲୋକସଭା ନିର୍ବାଚନରେ ଏନଡିଏକୁ ପୂର୍ଣ୍ଣ ବହୁମତ ମିଳିଛି। ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟା ୭.୧୫ରେ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଜବାହାରଲାଲ ନେହେରୁଙ୍କ ପରେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ।

ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ଆଜି ମୋଦିଙ୍କ ସହ ୧୮ ଜଣ ମନ୍ତ୍ରୀ ପଦର ଶପଥ ନେବେ। ଏଥିପାଇଁ ବହୁ ନେତାଙ୍କ ପାଖକୁ ଫୋନ୍‌ କଲ୍‌ ଯାଇଛି। ସେହିପରି ତମାମ୍‌ ନେତା ମୋଦିଙ୍କ ବାସଭବନରେ ଭିଡ ଜମାଇଛନ୍ତି। ଶପଥ ଗ୍ରହଣ ଉତ୍ସବ ପାଇଁ ରାଷ୍ଟ୍ରପତି ଭବନରେ ଜୋରସୋର୍‌ରେ ପ୍ରସ୍ତୁତି ଚାଲିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+