ମିଡ୍ ନାଇଟ୍ ଅପରେସନ୍ ବେଳେ ୨ ଯବାନ ନିଖୋଜ
ଦକ୍ଷିଣ କାଶ୍ମୀରର କୋକେରନାଗ ଅଞ୍ଚଳରେ ଥିବା ଗାଡୋଲ ଜଙ୍ଗଲରେ ଦୁଇ ସେନା କମାଣ୍ଡୋ ନିଖୋଜ ହୋଇଯାଇଥିବା ଜଣାପଡିଛି। ଗତ ସୋମବାର ଜଙ୍ଗଲକୁ ଯାଇଥିବା ଏଲିଟ୍ 5 PARA ୟୁନିଟର ଦୁଇଜଣ ସେନା କମାଣ୍ଡୋ ହଠାତ୍ କେଉଁଆଡେ ନିଖୋଜ ହୋଇଯାଇଥିଲେ। ସେମାନଙ୍କୁ ଖୋଜିବାକୁ ମିଳିତ ସୁରକ୍ଷା ବାହିନୀ ଦ୍ୱାରା ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ନିଖୋଜ କମାଣ୍ଡୋମାନେ ଅଗ୍ନିବୀର ଜବାନ ବୋଲି ଜଣାପଡିଛି।

ମିଳିଥିବା ଖବର ଅନୁଯାୟୀ, କିସ୍ତୱାର ଏବଂ ଅନନ୍ତନାଗ ମଧ୍ୟରେ ଥିବା ଏହି ଜଙ୍ଗଲ ଅଞ୍ଚଳରେ ଏକ ସାମରିକ ଅଭିଯାନ ସମୟରେ ଗତ ଅକ୍ଟୋବର ୬ ତାରିଖ ସନ୍ଧ୍ୟାରେ ଏହି ଦୁଇ କମାଣ୍ଡୋ ନିଖୋଜ ହୋଇଯାଇଥିଲେ। ଉଭୟେ ନିଖୋଜ ହୋଇଯିବା ପରେ, ଆକାଶ ମାର୍ଗ ସହ ଗୁଇନ୍ଦା ସହାୟତା ଆଧାରରେ ସେନା ଏବଂ ଜମ୍ମୁ ଓ କାଶ୍ମୀର ପୋଲିସର ଏକାଧିକ ୟୁନିଟ୍ ଉକ୍ତ ଦୁର୍ଗମ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।












Click it and Unblock the Notifications