୮ ଚିତାଙ୍କ ସୁରକ୍ଷାରେ ୨ ହାତୀ, ଦିନ ରାତି କରୁଛନ୍ତି ପାଟ୍ରୋଲିଂ
୮ ଚିତାଙ୍କ ସୁରକ୍ଷାରେ ୨ ହାତୀ, ଦିନ ରାତି କରୁଛନ୍ତି ପାଟ୍ରୋଲିଂ
ନୂଆଦିଲ୍ଲୀ: ବିଦେଶୀ ଚିତାଙ୍କ ସୁରକ୍ଷାରେ ଦୁଇ ହାତୀ । ଆଫ୍ରିକା ନାମିବ୍ୟାରୁ ଅଣାଯାଇଥିବା ୮ଟି ଚିତାଙ୍କ ସୁରକ୍ଷା ପାଇଁ ଦୁଇଟି ହାତୀଙ୍କୁ ନିୟୋଜିତ କରାଯାଇଛି । ଚିତାଙ୍କ ସୁରକ୍ଷାରେ ଲକ୍ଷ୍ମୀ ଓ ସିଦ୍ଧନାଥ । ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ରଖାଯାଇଥିବା ଚିତାଙ୍କ ସୁରକ୍ଷା ପାଇଁ ଏପରି ବ୍ୟବସ୍ଥା କରିଛନ୍ତି କର୍ତ୍ତୃପକ୍ଷ । ନାମିବ୍ୟାରୁ ଅଣାଯାଇଥିବା ୮ ଚିତାବାଘଙ୍କ ସୁରକ୍ଷା ପାଇଁ ନର୍ମଦାପୁରମର ସତପୁରା ଟାଇଗର ରିଜର୍ଭରୁ ଦୁଇଟି ହାତୀ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଛି । ପୂର୍ବରୁ ବାଘ ସୁରକ୍ଷାର ଅଭିଜ୍ଞତା ଥିବାରୁ ଲକ୍ଷ୍ମୀ ଏବଂ ସିଦ୍ଧନାଥଙ୍କୁ ପାର୍କକୁ ଅଣାଯାଇଛି । ଦୁଇ ହାତୀଙ୍କ ଦକ୍ଷତା ପରୀକ୍ଷା କରାଯିବା ପରେ ଏହି ଦୁଇ ହାତୀଙ୍କୁ ଚିତାଙ୍କ ସୁରକ୍ଷାରେ ନିୟୋଜିତ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଆଫ୍ରିକୀୟ ଦେଶରୁ ଆଣିଥିବା ଏହି ଚିତାକୁ ୧୯୫୨ ମସିହାରେ ଭାରତରେ ବିଲୁପ୍ତ ହୋଇଯାଇଥିବା ପଶୁଙ୍କ ଜନସଂଖ୍ୟାକୁ ପୁନର୍ଜୀବିତ କରିବା ପାଇଁ ଏକ ପ୍ରକଳ୍ପର ଅଂଶ ଭାବରେ ଶୋପୁର ଜିଲ୍ଲାର ଏଲକ୍ଲୋଜରରେ ମୁକ୍ତ କରିଥିଲେ । ଉଭୟ ହାତୀ ଦିନରାତି ଜାତୀୟ ଉଦ୍ୟାନରେ ପାଟ୍ରୋଲିଂ କରିବା ସହ ଚିତାବାଘଙ୍କ ଉପରେ ନଜର ରଖିଛନ୍ତି ।












Click it and Unblock the Notifications