ଫ୍ରାନ୍ସର ଦୁଇଟି ରାଫେଲ ବିମାନ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ
ପ୍ୟାରିସ: ଫ୍ରାନ୍ସର ଉତ୍ତର-ପୂର୍ବାଞ୍ଚଳରେ ଦୁଇଟି ରାଫେଲ ବିମାନ ମଧ୍ୟରେ ଧକ୍କା ହୋଇଛି । ଏହି ଦୁଇଟି ବିମାନ ଫ୍ରାନ୍ସ ବାୟୁସେନାର ବୋଲି ଜଣାପଡ଼ିଛି । ଦୁର୍ଘଟଣାରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି ।

ଫ୍ରାନ୍ସ ବାୟୁସେନା ର ସୂଚନା ଅନୁଯାୟୀ, ବୁଧବାର ଦିନ ସାଢ଼େ ୧୨ଟାରେ ଉତ୍ତର ପୂର୍ବ ଫ୍ରାନ୍ସର ଆକାଶରେ ରାଫେଲ ଯୁଦ୍ଧ ବିମାନ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ହେବା ପରେ ଉଭୟ ବିମାନ ତଳେ ପଡ଼ିଯାଇଥିଲା। ବିମାନଟି ଜର୍ମାନୀରେ ଇନ୍ଧନ ଭର୍ତ୍ତି କରି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ଗୋଟିଏ ବିମାନରେ ୨ ଜଣ ପାଇଲଟ୍ ଥିବା ବେଳେ ଅନ୍ୟଟିରେ ଜଣେ ପାଇଲଟ୍ ଥିଲେ। ଫ୍ରାନ୍ସ ଅଧିକାରୀମାନେ କହିଛନ୍ତି ଯେ ଦ୍ୱିତୀୟ ବିମାନର ପାଇଲଟ ସୁରକ୍ଷିତ ଭାବେ ବିମାନରୁ ବାହାରି ଯାଇଥିଲେ ।
ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ସେବାଷ୍ଟିଆନ୍ ଲେକାର୍ନେଉ ତାଙ୍କ ଏକ୍ସ ଆକାଉଣ୍ଟରେ ଏହି ଘଟଣାକୁ ନିଶ୍ଚିତ କରି କହିଛନ୍ତି ଯେ ବୁଧବାର ଅପରାହ୍ନରେ ଫ୍ରାନ୍ସର ଉତ୍ତର-ପୂର୍ବାଞ୍ଚଳରେ ଦୁଇଟି ରାଫେଲ ଯୁଦ୍ଧ ବିମାନ ଆକାଶରେ ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ କେଉଁ କାରଣରୁ ଦୁଇ ବିମାନ ମୁହାଁମୁହିଁ ଧକ୍କା ହୋଇଛି ତାହା ଜଣାପଡ଼ିନାହିଁ। ଅଧିକାରୀମାନେ କହିଛନ୍ତି ଯେ ଉତ୍ତର-ପୂର୍ବ ଫ୍ରାନ୍ସର ଏକ ସହର କୋଲୁମ୍ବେ-ଲେ-ବେଲ୍ସରେ ଏହି ଦୁର୍ଘଟଣା ଘଟିଛି।












Click it and Unblock the Notifications